କନକ ବ୍ୟୁରୋ : ପଞ୍ଜାବରେ ଆପର ସଫଳତାକୁ ନେଇ ମନୀଷ ସିଶୋଦିଆ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ପଞ୍ଜାବବାସୀଙ୍କ ବିଶ୍ୱାସ ଜିତି ପାରିଛନ୍ତି ଭଗବନ୍ତ ସିଂ ମାନ୍ । ଦିଲ୍ଲୀରେ ଆପ୍ ସରକାର କରୁଥିବା କାମ ପଞ୍ଜାବବାସୀ ଦେଖିଛନ୍ତି । କେଜ୍ରିୱାଲଙ୍କ ଶାସନ ମଡେଲ୍ ସାରାଦେଶରେ ଗ୍ରହଣୀୟ ହୋଇଛି । ଗୋଆ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶରେ ମଧ୍ୟ ଆପ୍ ପ୍ରାର୍ଥୀ ଦେଇଥିଲା । କିନ୍ତୁ ଦଳର ଫୋକସ ପଞ୍ଜାବରେ କେନ୍ଦ୍ରୀଭୂତ ହୋଇଥିଲା । ଧୀରେ ଧୀରେ ଅନ୍ୟ ରାଜ୍ୟରେ ମଧ୍ୟ ଆପର ଗ୍ରହଣୀୟ ବଢିବ ।

Advertisment

ସେପଟେ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଇସ୍ତାଫା ଦେଇପାରନ୍ତି । ରାଜ୍ୟପାଳଙ୍କୁ ଭେଟି ଚନ୍ନି ଇସ୍ତଫାପତ୍ର ଦେଇପାରନ୍ତି । ପଞ୍ଜାବରେ ସମସ୍ତଙ୍କୁ ପଛରେ ପକାଇ ଆଗରେ ଆମ୍ ଆଦମୀ ପାର୍ଟି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତଠୁ ବହୁ ଆଗରେ ଦଳ ରହିଛି । ଆପ୍ ୮୦ରୁ ଅଧିକ ଆସନରେ ଆଗୁଆ ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ୧୪ଟି ଆସନରେ ଆଗୁଆ ରହିଛି । ବିଜେପି ମାତ୍ର ୫ଟି ଆସନରେ ଆଗୁଆ ରହିଛି ।

ସେହିପରି ଶିରୋମଣି ଅକାଳୀ ଦଳ ୧୦ଟି ଆସନରେ ଆଗୁଆ ରହିଥିବା ବେଳେ ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ରହିଛି । ତେବେ ରାଜନୀତିରେ ନୂଆ ପ୍ରୟୋଗଶାଳା ହୋଇଛି ପଞ୍ଜାବ । ଏଠି କଂଗ୍ରେସ ସେତେଟା ଭଲ ପ୍ରଦର୍ଶନ କରିପାରିନି । କିନ୍ତୁ ଜନତା ବିଜେପି ଉପରେ ଆସ୍ଥା ସ୍ଥାପନ ନ କରି ଆପ ପ୍ରତି ବିଶ୍ୱାସ ଜନ୍ମାଇଛନ୍ତି । ତେଣୁ ଏଠି ନୂଆ ଚିତ୍ର ଦେଖିବାକୁ ମିଳିଛି ।