କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଗତକାଲି ରାତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ଏନେଇ ଆଜି ସଂପୃକ୍ତ ମାମଲାର ଶୁଣାଣି ଦିଲ୍ଲୀର ରାୱଜ ଏଭିନ୍ୟୁ କୋର୍ଟରେ ଚାଲିଛି । ଏହି କ୍ରମରେ ଇଡି କୋର୍ଟରେ କେଜ୍ରିୱାଲଙ୍କୁ ନେଇ ଅନେକ ଦାବି କରିଛି । ଇଡି ଦୁଇଜଣଙ୍କ ମଧ୍ୟରେ ହୋଇଥିବା ଚାଟ୍ ଆଧାରରେ ଦାବି କରିଛି କି ହାୱଲା ମାଧ୍ୟମରେ କେଜ୍ରିୱାଲ ଗୋଆକୁ ୪୫ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି । ଏଥିରେ ଉଭୟଙ୍କର ସିଜିଆର ରିପୋର୍ଟ ଦେଖାଇଛି ।
ଇଡି ତରଫରୁ କୁହାଯାଇଛି କି, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅନ୍ୟତମ ଅଭିଯୁକ୍ତ କେ. କବିତାଙ୍କ ବୟାନ ମୁତାବକ କେଜ୍ରିୱାଲ କେ. କବିତାଙ୍କୁ ଭେଟିଥିଲେ । ଉଭୟ ଦିଲ୍ଲୀ ଅବକାରୀ ନୀତି ଉପରେ କାମ ମିଳିତ ଭାବେ କାମ କରିବା ନେଇ ଆଲୋଚନା ହୋଇଥିବା ଇଡି କୋର୍ଟରେ ଦାବି କରିଛି ।
ଇଡି କହିଛି କି ଗୋଆକୁ ଦୁଇଟି ପର୍ଯ୍ୟାୟରେ ଟଙ୍କା ପଠାଯାଇଥିଲା । ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ବିଜୟ ନାୟର କେଜ୍ରିୱାଲଙ୍କ ପାଇଁ କାମ କରୁଥିଲେ । ସେ କେଜ୍ରିୱାଲଙ୍କ ନିକଟତର ଥିଲେ ଓ ମଧ୍ୟସ୍ଥି ଭାବେ କାମ କରୁଥିଲେ । କେଜ୍ରିୱାଲ ଦକ୍ଷିଣ ଲବୀକୁ ଲାଂଚ ମାଗିଥିଲେ । ଯାହାର ପ୍ରମାଣ ଇଡି ହାତରେ ଥିବା କୁହାଯାଇଛି ।
ରାୱଜ ଏଭିନ୍ୟୁ କୋର୍ଟରେ ଶୁଣାଣି କ୍ରମରେ ଇଡି କୋର୍ଟକୁ କହିଛନ୍ତି କି, ଦିଲ୍ଲୀ ଅବକାରୀ ନୀତି ମାମଲାର କିଙ୍ଗପିନ୍ ହେଉଛନ୍ତି ଅରବିନ୍ଦ କେଜ୍ରିୱାଲ । ଏହାସହ ଦିଲ୍ଲୀ ଅବକାରୀ ନୀତି ଗଠନ ପ୍ରକ୍ରିୟାରେ ସିଧାସଳଖ ସାମିଲ ଥିଲେ । ଏଥିରୁ ମିଳିଥିବା ଲାଂଚ ଅର୍ଥକୁ ଗୋଆ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଖର୍ଚ୍ଚ କରିଥିବା ଇଡି ଅଭିଯୋଗ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/Untitled-1-19.jpg)