ଦିଲ୍ଲୀରେ ଶସ୍ତା ହେଲା ପେଟ୍ରୋଲ: ଲିଟର ପ୍ରତି ୮ ଟଙ୍କା ଭ୍ୟାଟ କମ କଲେ କେଜ୍ରିୱାଲ ସରକାର

880

କନକ ବ୍ୟୁରୋ: ଦିଲ୍ଲୀ ଜନତାଙ୍କୁ ଆଶ୍ୱସ୍ତି ଦେଇଛନ୍ତି କେଜ୍ରିୱାଲ ସରକାର । ଆଜି ହୋଇଥିବା କ୍ୟାବିନେଟ ବୈଠକରେ ପେଟ୍ରୋଲ ଦର କମ କରିବାର ନିଷ୍ପତ୍ତି ନିଆଯାଇଛି । ଯାହା ପରେ ଏବେ ପେଟ୍ରୋଲ ଦର ଲିଟର ପ୍ରତି ୮ ଟଙ୍କା ଶସ୍ତା ହୋଇଯାଇଛି । ଦିଲ୍ଲୀ ସରକାର ପେଟ୍ରୋଲ ଉପରେ ଲାଗୁଥିବା ଭ୍ୟାଟକୁ ୩୦ ପ୍ରତିଶତରୁ କମ କରି ୧୯.୪୦ ପ୍ରତିଶତ କରି ଦେଇଛନ୍ତି ।

ଏହାପରେ ଆଜି ମଧ୍ୟ ରାତିରୁ ଦିଲ୍ଲୀରେ ପେଟ୍ରୋଲ ଦର ଶସ୍ତା ହୋଇଯିବ । ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ୧୦୩ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି । ନୂଆ ଦର ଲାଗୁ ହେବା ପରେ ପେଟ୍ରୋଲ ଦର ୧୦୦ ତଳକୁ ଖସି ଆସିବ ।

ଚଳିତ ବର୍ଷ ଆରମ୍ଭରୁ ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଚିନ୍ତାରେ କାରଣ ପାଲଟିଥିଲା । ଅନେକ ଦିନ ଧରି ପେଟ୍ରୋଲ ଦର ବଢିବା ପରେ ଦିପାବଳୀରେ କେନ୍ଦ୍ର ସରକାର ଜନତାଙ୍କୁ ଗିଫ୍ଟ ଦେଇଥିଲେ ଆଉ ଏକ୍ସସାଇଜ ଡ୍ୟୁଟି ୫ ଓ ୧୦ ଟଙ୍କା କମ କରିଥିଲେ । ଏହାପରେ କିଛି ରାଜ୍ୟ ମଧ୍ୟ ପେଟ୍ରୋଲ ଉପରେ ଭ୍ୟାଟ କମ କରିଥିଲେ ।