ଅରବିନ୍ଦଙ୍କ ଆନନ୍ଦ ଦୁଇଗୁଣା: ପତ୍ନୀଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀ ଦଖଲ କଲେ, ଐତିହାସିକ ବିଜୟକୁ ଉପହାର ଭାବେ ସ୍ତ୍ରୀଙ୍କୁ ଭେଟିଦେଲେ ।

356

କନକ ବ୍ୟୁରୋ: ଦିଲ୍ଲୀରେ ଉଡ଼ିଲା ଆପ୍ ବିଜୟ ବାନା । ପୁଣି ଚାଲିଲା କେଜ୍ରିୱାଲଙ୍କ ଜାଦୁ ବିରୋଧୀଙ୍କୁ ପଛରେ ପକାଇ ଦିଲ୍ଲୀ ଅକ୍ତିଆର କଲେ ଅରବିନ୍ଦ କେଜ୍ରିୱାଲ । ବିଧିବଦ୍ଧଭାବେ ଫଳାଫଳ ଘୋଷଣା ହୋଇନଥିଲେ ବି ଟ୍ରେଣ୍ଡ ମୁତାବକ ଦିଲ୍ଳୀ ବିଧାନସଭା ନିର୍ବାଚନରେ ବାଜି ମାରିନେଇଛି ଆପ୍ । ଆଉ କ୍ରମାଗତ ଭାବେ ତୃତୀୟଥର ପାଇଁ ସରକାର ଗଢ଼ିବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରିୱାଲ । ହେଲେ ସବୁଠାରୁ ବଡ଼କଥା ହେଲା, କେଜ୍ରିୱାଲଙ୍କ ପତ୍ନୀ ସୁନିତାଙ୍କ ଜନ୍ମଦିନ ଅବସରରେ ଆପ୍ କୁ ମିଳିଛି ବଡ଼ ବିଜୟ । ତେଣୁ ଏହି ଦିଲ୍ଲୀ ବିଜୟ ତାଙ୍କ ଧର୍ମପତ୍ନୀ ସୁନିତାଙ୍କୁ ଭେଟି ଦେଇଛନ୍ତି ଜେଜ୍ରିୱାଲ ।

ଲଗାତାର ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀ ଗାଦିରୋ ବସିବାକୁ ଯାଉଛନ୍ତି କେଜ୍ରିୱାଲ । ଏଭଳି ଐତିହାସିକ ବିଜୟ ଖୁସିକୁ ଦୁଇଗୁଣା କରିଛି ତାଙ୍କ ପତ୍ନୀଙ୍କ ୫୪ତମ ଜନ୍ମଦିନ । ସୋସିଆଲ ମିଡ଼ିଆରେ ସୁନିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ମିଳୁଥିବାବେଳେ ତାଙ୍କୁ କେଜ୍ରିୱାଲ ଦେଇଛନ୍ତି ନିଆରା ଉପହାର । ଆପ୍ ପାର୍ଟି ଅଫିସରେ କର୍ମକର୍ତ୍ତାଙ୍କ ସହ କେକ୍ କାଟି ମିଠା ଖୁଆଇ ପତ୍ନୀଙ୍କ ଜନ୍ମଦିନ ପାଳିଛନ୍ତି କେଜ୍ରିୱାଲ ।

ବିଗତ ଦିନରେ ହୋଇଥିବା ଦିଲ୍ଲୀ ନିର୍ବାଚନ ଭଳି ଚଳିତ ନିର୍ବାଚନ ଟିକେ ଟକ୍କର ହେବ ବୋଲି ଆଶା କରାଯାଉଥିଲା । କାରଣ ନିକଟରେ ମୋଦି ସରକାରଙ୍କ ବଡ଼ ବଡ଼ ବିଲ୍ ଏବଂ ଐତିହାସିକ ପଦକ୍ଷେପ ଦିଲ୍ଲୀବାସୀଙ୍କୁ ପ୍ରଭାବିତ କରିପରିଥାନ୍ତା । କିନ୍ତୁ ଦିଲ୍ଲୀବାସୀଙ୍କ ଉପରେ ମୋଦି ମ୍ୟାଜିକ୍ ଟିକିଏ ବି କାମ ଦେଲାନି ତେଣୁ ଏଭଳି ଶୋଚନୀୟ ପରାଜୟ ବିଜେପିକୁ ଦେଖିବାକୁ ମିଳିଛି ।