କୃଷି ଆଇନ ପ୍ରତ୍ୟାହାର ଦାବିରେ ଦ୍ୱାଦଶ ଦିନରେ ଚାଷୀ ଆନ୍ଦୋଳନ : ଚାଷୀଙ୍କୁ ସମର୍ଥନ ପାଇଁ ସିଂଘୁ ସୀମାରେ କେଜ୍ରିୱାଲ

133

କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ୧୨ ଦିନ ହେବ ଧାରଣା ଚାଷୀ ସଂଗଠନ । କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଚାଷୀ । ପୁଣି ଥରେ ସରକାରଙ୍କୁ ଚେତାବନି ଦେଇଛନ୍ତି ଚାଷୀ । କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନ ଶେଷ ହେବନି । ଆସନ୍ତାକାଲି ଭାରତ ଭାରତ ବନ୍ଦ ଆନ୍ଦୋଳନ ହେବ ବୋଲି କହିଛନ୍ତି ଚାଷୀ । ଚାଷୀଙ୍କୁ ସମର୍ଥନ ପାଇଁ ସିଘୁ ସୀମାରେ ପହଂଚିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।

ଆନ୍ଦୋଳନ ସ୍ଥଳରେ କରାଯାଇଥିବା ସବୁ ପ୍ରକାରର ବ୍ୟବସାର ସେ ତଦାରଖ କରିଛନ୍ତି । ଅରବିନ୍ଦ କେଜରିୱାଲଙ୍କ ସହ ଆପର ଅନେକ ନେତା ଏଥିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ସିଂଘୁ ବର୍ଡ଼ରରେ ଚାଷୀ ସଂଗଠନ ପକ୍ଷରୁ ଗୁରୁତ୍ୱପୁର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏଥିରେ କେନ୍ଦ୍ର ସରକାରଙ୍କୁ କଡ଼ା ସନ୍ଦେସ ଦେଇଥିଲେ ଥିଲେ ଚାଷୀ । ଏପରକି ଚାଷୀଙ୍କ ପକ୍ଷରୁ କୁହାଯାଇଛି ନିଜ ଦାବିରେ ସେମାନେ ବୁଝାମଣା କରିବେନି ।

ଏହା ସହ ଚାଷୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ଆମେ ଶୁଣୁ । ଏବେ ପ୍ରଧାନମନ୍ତ୍ରୀ ମୋଦୀ ଚାଷୀଙ୍କ ମନର କଥା ଶୁଣନ୍ତୁ । କୃଷି ଆଇନ ପ୍ରତ୍ୟାହର କର ନଚେତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ଚାଷୀ । ସେପଟେ ଡ଼ିସେମ୍ବର ୮ରେ ଚାଷୀ ସଂଗଠନ ଦେଇଥିବା ଭାରତ ବନ୍ଦ ଡ଼ାକାରାକୁ ବିରୋଧୀ ମଧ୍ୟ ସମର୍ଥନ କରିଛନ୍ତି । କଂଗ୍ରେସ, ଶିବସେନା, ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା, ତେଲେଙ୍ଗାନା ରାଷ୍ଟ୍ର ସମିତି, ବାମ ଦଳ ସମେତ ୧୮ଟି ରାଜନୈତିକ ଦଳ ଆସନ୍ତାକାଲିର ଭାରତବନ୍ଦକୁ ସମର୍ଥନ କରିଛନ୍ତି ।