କନକ ବ୍ୟୁରୋ : କୃଷକ ବିରୋଧୀ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଆଜିକୁ ୧୮ ଦିନ ହେବ କୃଷକ ମାନେ ଆନ୍ଦୋଳନ ଚଳାଇଛନ୍ତି  । ଏହି ଆନ୍ଦୋଳନକୁ ଖୋଲା ଖୋଲି ସମର୍ଥନ କରିଛନ୍ତି ଦିଲ୍ଲୀର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ରବିବାର ଦିନ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୃଷକ ଆନ୍ଦୋଳନକୁ ତାଙ୍କର ସମର୍ଥନ ଜଣାଇଛନ୍ତି । ସେ କହିଛନ୍ତି କି ଆସନ୍ତା କାଲି କୃଷକ ମାନେ ଦେଶର ପ୍ରତି ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଉପବାସ ରହି ଅନଶନ କରିବେ । ଏହି ଅନଶନକୁ ସମର୍ଥନ ଜଣାଇ ଦେଶର କୃଷକ ମାନେ ଗୋଟିଏ ଦିନ ଉପବାସ କରିବାକୁ ସେ ଅନୁରୋଧ କରିଛନ୍ତି । ଏହାସହ ଆସନ୍ତା କାଲି ଉପବାସ ଅନଶନକୁ ସମର୍ଥନ ଜଣାଇ ସେ ଓ ତାଙ୍କ ଦଳର କର୍ମୀ ମାନେ ଉପବାସ କରିବେ ବୋଲି ସେ କହିଛନ୍ତି ।

Advertisment

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି କେଜ୍ରିୱାଲ କହିଛନ୍ତି କି ‘କେନ୍ଦ୍ର ସରକାରଙ୍କ କିଛି ମନ୍ତ୍ରୀ କୃଷକ ମାନଙ୍କୁ ଦେଶଦ୍ରୋହୀ କହିବା ସହିତ ଏହି ଆନ୍ଦୋଳନର ପ୍ରଛଦପଟରେ ଦେଶଦ୍ରୋହୀ ମାନଙ୍କର ହାତ ଥିବା କହୁଛନ୍ତି’ ହେଲେ ଏହାକୁ ନେଇ ସେ କହିଛନ୍ତି କି ‘ମୁଁ କେନ୍ଦ୍ରସରକାରଙ୍କୁ ପଚାରିବାକୁ ଚାହୁଁଛି ଏହି ଆନ୍ଦୋଳନରେ ଅନେକ ପୂର୍ବତନ ସେନା କର୍ମଚାରୀ ବସିଛନ୍ତି । ଯେଉଁମାନେ ଦେଶକୁ ରକ୍ଷା କରିବା ପାଇଁ ସେମାନଙ୍କର ଜୀବନ ବାଜିରେ ଲଗାଇ ଦେଇଥିଲେ । କ’ଣ ଏହି ସବୁ ଲୋକ ଦେଶଦ୍ରୋହୀ କି ?’ । ‘ଏହା ସହ ଏହି ଆନ୍ଦୋଳନରେ ଅନେକ ଜାତୀୟ ଓ ଆନ୍ତଜାତୀୟ ଖେଳାଳୀ ମାନେ ସାମିଲ ହୋଇଛନ୍ତି । ସେମାନେ ଯଦି ଦେଶଦ୍ରୋହୀ କେନ୍ଦ୍ର ସରକାର କିଭଳି ଭାବେ ସେମାନଙ୍କୁ ଏତେ ବଡ ବଡ ସମ୍ମାନରେ ସମ୍ମାନିତ କରୁଥିଲେ । ’ ଖାଲି ଏତିକି ନୁହେଁ ସେ କେନ୍ଦ୍ରସରକାରକୁ ଟାର୍ଗେଟ୍ କରି କହିଛନ୍ତି କି ବିଜେପିରେ ଅନେକ ନେତା ଓ ମନ୍ତ୍ରୀ ଅଛନ୍ତି ଯେଉଁ ମାନେ କି ବିଭିନ୍ନ କ୍ଷେତ୍ରରେ ନିଜର କଳା ପ୍ରଦର୍ଶନ କରି ପରିଚୟ ସୃଷ୍ଟି କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ କୃଷକ ପରିବାରରୁ ଆସିଛନ୍ତି । ସେମାନେ ବି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ଏବେ ବିଜେପି ସରକାର କହୁ ତାଙ୍କ ଦଳର ନେତା ଓ ମନ୍ତ୍ରୀ ବି ଦେଶଦ୍ରୋହୀ ।

ଶ୍ରୀ କେଜ୍ରିୱାଲ ଆନ୍ନା ହଜାରେଙ୍କ ଆନ୍ଦୋଳନ କଥା ମନେ ପକାଇ କହିଥିଲେ କି ଯେତେବେଳେ ଆମେ ମାନେ ସବୁ ମିଶି ଆନ୍ନା ହଜାରେଙ୍କ ସହିତ ଆନ୍ଦୋଳନ କରୁଥିଲୁ ସେତେବେଳେ ଆମ ମାନଙ୍କୁ ବି କଂଗ୍ରେସ ସରକାର ଦ୍ୱାରା ଏଭଳି ବଦନାମ୍ କରାଯାଉଥିଲା । ଯାହା କି ଆଜି କୃଷକ ମାନଙ୍କ ଆନ୍ଦୋଳନକୁ ନେଇ ବିଜେପି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । କହିରଖୁ କି ଆସନ୍ତା କାଲି କୃଷକ ଆନ୍ଦୋଳନର ଏକ ନୂଆ ରୂପ ଦେଖିବେ ସରକାର । ସାରା ଦେଶର କୃଷକ ମାନେ କାଲି ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଉପବାସରେ ରହି ଅନଶନ କରିବେ ।