ବ୍ରିଟେନରେ ସରିଲା ସୁନକ ସରକାର । ୧୪ବର୍ଷ ପରେ କ୍ଷମତାକୁ ଫେରିଲା ଲେବର ପାର୍ଟି । କିର ଷ୍ଟାର୍ମର ହୋଇପାରନ୍ତି ନୂଆ ପ୍ରଧାନମନ୍ତ୍ରୀ

945

କନକ ବ୍ୟୁରୋ: ବିଟ୍ରେନରେ ସରିଲା ସୁନକ ରାଜ । କଞ୍ଜରଭେଟିଭ ପାର୍ଟିକୁ ମାତ୍ ଦେଇ ବ୍ରିଟେନରେ ବିଜୟ ଧ୍ୱଜା ଉଡାଇଛି ଲେବର ପାର୍ଟି । ଏହାସହ ଲେବର ପାର୍ଟିର ନେତା କେର୍ ଷ୍ଟାରମର ହେବେ ଏବେ ବ୍ରିଟେନର ପ୍ରଧାନମନ୍ତ୍ରୀ ।

  • ବ୍ରିଟେନରେ ସରିଲା ସୁନକ ରାଜ୍
  • ୪୦୦ ପାର୍ କଲା ବ୍ରିଟେନର ବିରୋଧୀ ପାର୍ଟି
  • କଞ୍ଜରଭେଟିଭକୁ ହରାଇ ବାଜି ମାରିଲା ଲେବର ପାର୍ଟି

ବିଟ୍ରେନରେ ସରିଲା ସୁନକ ରାଜ । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି ଋଷି ସୁନକ। କଞ୍ଜରଭେଟିଭ ପାର୍ଟିକୁ ମାତ୍ ଦେଇ ବ୍ରିଟେନରେ ବିଜୟ ଧ୍ୱଜା ଉଡାଇଛି ଲେବର ପାର୍ଟି । ଏହାସହ ଲେବର ପାର୍ଟିର ନେତା କେୟର ଷ୍ଟାରମରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଋଷି ସୁନକ । ପରାଜୟ ପାଇଁ ନିଜକୁ ଦାୟୀ କଲେ ଋଷି ସୁନକ । ଗତକାଲି ହାଉସ ଅଫ୍ କମନସ ପାଇଁ ମତଦାନ ହୋଇଥିଲା । ୬୫୦ ଆସନ ପାଇଁ ୪୦ ହଜାରରୁ ଅଧିକ ବୁଥରେ ମତଦାନ ହୋଇଛି ।

ସରକାର ଗଠନ ପାଇଁ ମ୍ୟଜିକ ନମ୍ବର ୩୨୬ ଥିଲା । ୪୦୦ ପାର ସହ ଏହାକୁ ସହଜରେ ଅତିକ୍ରମ କରିସାରିଛି ଲେବର ପାର୍ଟି । ଲେବର ପାର୍ଟିର ନେତା କେୟର ଷ୍ଟାରମର କହିଛନ୍ତି, ମତଦାତା ମାନେ ନିଜର ନିଷ୍ପତ୍ତି ଜଣାଇଛନ୍ତି ଏବଂ ପରିବର୍ତ୍ତନ ସପକ୍ଷରେ ଭୋଟ ଦେଇଛନ୍ତି । ଲେବର ପାର୍ଟି ତରଫରୁ କେୟର ଷ୍ଟାରମର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ ।

  • ଲେବର ପାର୍ଟିର ନେତା କିର୍‌ ଷ୍ଟାର୍ମର
  • ସେ ପ୍ରଗତିଶୀଳ ବିଚାରଧାରାର ନେତା ବୋଲି କୁହାଯାଏ
  • ବ୍ରିଟେନ୍‌ରେ ୧୯୬୨ ସେପ୍ଟେମ୍ବର ୨ରେ ଷ୍ଟାର୍ମରଙ୍କ ଜନ୍ମ
  • ଷ୍ଟାର୍ମର ପେଶାରେ ଜଣେ ଓକିଲ
  • ୨୦୨୦ରେ ସେ ଲେବର ପାର୍ଟିର ସଭାପତି ଭାବେ ନିର୍ବାଚିତ ହୋଇଥିଲେ
  • ବ୍ରିଟେନ୍‌ ସଂସଦରେ ୨୦୨୦ରୁ ବିରୋଧୀ ଦଳ ନେତା ଥିଲେ
  • ୨୦୧୫ରୁ ୨୦୨୪ ଯାଏ ହୋଲବୋର୍ନ ଏବଂ ସେଣ୍ଟ ପାନକ୍ରାସରୁ ଏମ୍‌ପି
  • ୨୦୦୮ରୁ ୨୦୨୩ ଯାଏ ପବ୍ଲିକ ପ୍ରସିକ୍ୟୁସନର ନିର୍ଦ୍ଦେଶକ ଥିଲେ
  • ଷ୍ଟାର୍ମର ଦଳକୁ ଏକଜୁଟ କରି ୨୦୨୪ ନିର୍ବାଚନ ବିଜୟୀ ହୋଇଛନ୍ତି

ଅନୁପ୍ରବେଶକାରୀଙ୍କୁ ରୋକିବାରେ ବିଫଳ, କରୋନାକୁ ସଠିକ ଭାବେ ପରିଚାଳନା ନକରିପାରିବା, ବ୍ରେକଜିଟ୍ ପାଇଁ ଘରୋଇ ବ୍ୟବସାୟୀ ପ୍ରଭାବିତ ହେବା ଭଳି କାରଣ ପାଇଁ ସୁନକଙ୍କ ପାଇଁ ସୁନକଙ୍କ ବିରୋଧରେ ଜନାଦେଶ ଯାଇଥିବା କୁହାଯାଉଛି ।

ଏବେ ବ୍ରିଟେନରେ ସରକାର ପରିବର୍ତ୍ତନ ପରେ, ଭାରତ ଓ ବ୍ରିଟେନ ସଂପର୍କରେ ପ୍ରଭାବ ପଡ଼ିପାରେ। ଭାରତର ଜ୍ୱାଇଁ ରିଷି ସୁନକ ପ୍ରଧାନମନ୍ତ୍ରୀ ଥିବା ସମୟରେ ଦୁଇ ଦେଶର ସମ୍ପର୍କ ମଜବୁତ ହୋଇଥିଲା। ଭାରତୀୟଙ୍କ ପାଇଁ ଭିସା କଟକଣା ହଟାଇବା ପରି ନିଷ୍ପତ୍ତି ହେଉ ଅବା ମୁକ୍ତ ବାଣିଜ୍ୟ ନେଇ ଆଲୋଚନା । ସବୁଥିରେ ଦ୍ବିପାକ୍ଷିକ ଆଲୋଚନା ଲଗାତାର ହେଉଥିଲା । ରିଷି ସୁନକ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅନେକ ଥର ଭାରତ ଗସ୍ତ କରିଛନ୍ତି । ଏବେ ଯଦି ସରକାର ପରିବର୍ତନ ହୋଇଛି ତେଣୁ ଦୁଇ ଦେଶ ମଧ୍ୟରେ ଯେଉଁ ମୁକ୍ତ ବାଣିଜ୍ୟ ପାଇଁ ଦୁଇ ବର୍ଷ ହେଲା କଥାବାର୍ତ୍ତା ଚାଲିଛି। ଏହା ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ଦେଖାଦେଇଛି।