ମୋବାଇଲ ଆଧାର ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ତରଫରୁ ଡେବଲଫ କରାଯାଇଥିବା ଏକ ଅଫିସିୟାଲ ମୋବାଇଲ ଆପ୍ଲିିକେସନ ଅଟେ । ସରକାର ଏହି ଆପ୍ଲିକେସନ ଜରିଆରେ ଡିଜିଟାଲ ଇଣ୍ଡିଆକୁ ଆହୁରି ଉନ୍ନତତ୍ତର କରିବାକୁ ଚାହୁଁଛନ୍ତି । ଏହି ଆପ ସାହାଯ୍ୟରେ ୟୁଜର୍ସ ନିଜ ସ୍ମାର୍ଟଫୋନରେ ଆଧାର ସହ ଯୋଡିହୋଇଥିବା ସମସ୍ଥ ତଥ୍ୟ ରଖିପାରିବା ସହ ଆବଶ୍ୟକ ପଡିବା ସ୍ଥଳେ ଏହାକୁ ବ୍ୟବହାର ମଧ୍ୟ କରିପାରିବେ ।
ଆପଣ ଏହି ଏମ-ଆଧାରକାର୍ଡର ବ୍ୟବହାର ନିଜ ଆଧାର କାର୍ଡର ରିଫ୍ଲେସମେଣ୍ଟ ଭାବେ କରିପାରିବେ । ଏମ-ଆଧାର ଆପ ୟୁଜର୍ସମାନଙ୍କୁ ନିଜ ସ୍ମାର୍ଟଫୋନରେ ହିଁ ନିଜ ଆଧାର ଆଇଡିଂଟିଟି ରଖିବାର ସୁବିଧା ପ୍ରଦାନ କରୁଛି । ୟୁଜର୍ସ ନିଜର ସ୍ମାର୍ଟଫୋନରେ ହିଁ ଆଧାରକାର୍ଡର ସମସ୍ତ ତଥ୍ୟ ରଖିପାରିବେ । ଏମ-ଆଧାରରେ ୟୁଜର୍ସଙ୍କ ଆଧାରକାର୍ଡର ସମସ୍ତ ତଥ୍ୟ ଉପଲବ୍ଧ ରହିଥାଏ । ଏହି ଆପ ୟୁଜର୍ସମାନଙ୍କୁ ଯେକୌଣସି ସମୟରେ ବି ନିଜର ବାୟୋମିଟ୍ରିକ ଡାଟାକୁ ଲକ୍ ଏବଂ ଅନଲକ କରିବାର ଅନୁମତି ଦେଇଥାଏ । ଆପ କ୍ୟୁଆର କୋଡ ନାମକ ଫିଚର ମଧ୍ୟ ଅଫର କରିଥାଏ । ଯଦି ଆପଣଙ୍କ ମୋବାଇଲ ନମ୍ବର ପରିବାରର ଯେକୌଣସି ସଦସ୍ୟଙ୍କ ଆଧାର ସହ ଯୋଡି ହୋଇ ରହିଛି ତେବେ ଏହି ଆପ ଜରିଆରେ ପରିବାର ସଦସ୍ୟଙ୍କ ଆଧାର କାର୍ଡର ତଥ୍ୟ ଆପଣ ନିଜ ପାଖରେ ରଖିପାରିବ ସହିତ ସେହି ଆଧାରକାର୍ଡ ଗୁଡିକୁ ମଧ୍ୟ ଆବଶ୍ୟକ ସ୍ଥଳେ ବ୍ୟବହାର କରିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/aadhar11.jpg)
/kanak/media/post_attachments/wp-content/uploads/2018/09/aadhaar11111111-1.jpg)