ଯେତେବେଳେ ଆପଣ ନୂଆ ଲାପଟପ କିଣିବାକୁ ଯାଉଛନ୍ତି, କିଛି ଜରୁରୀ ଦିଗ ଉପରେ ଧ୍ୟାନ ଦିଅନ୍ତିନି, ସେତେବେଳେ ଆପଣଙ୍କ ପାଖରେ ପଶ୍ଚାତାପ କରିବା ବ୍ୟତୀତ ଆଉ କିଛି ନଥାଏ । ଆଜି ଆମେ ଆପଣଙ୍କୁ ସମସ୍ତ ଜରୁରୀ ଦିଗ ପ୍ରତି ଧ୍ୟାନ ଆକର୍ଷିତ କରିବାକୁ ଯାଉଛୁ, ଯଦ୍ୱାରା ଆପଣଙ୍କୁ ଆପଣଙ୍କ ପସନ୍ଦର ଲାପଟପ କିଣିବାରେ କୈାଣସି ଅସୁବିଧା ହେବନି । ଜାଣନ୍ତୁ କିଛି ଜରୁରୀ ଟିପ୍ସ ।

Advertisment

ସଠିକ ଅପରେଟିଙ୍ଗ ସିଷ୍ଟମର ଚୟନ କରନ୍ତୁ : ବେଳେବେଳେ ଆମେ ନୂଆ ଲାପଟପ କିଣିବା ସମୟରେ ସଠିକ ଅପରେଟିଙ୍ଗ ସିଷ୍ଟମର ଚୟନ କରିବାରେ ଅସମର୍ଥ ହେଉ । ଆଜିକାଲି ବଜାରରେ ପ୍ରି-ଇନଷ୍ଟଲଡ ଅପରେଟିଙ୍ଗ ସିଷ୍ଟମର ଅନେକ ବ୍ରାଣ୍ଡର ଲ୍ୟାପଟପ ଅଛି । ଯଦି ଆପଣ ଠିକ ଅପରେଟିଙ୍ଗ ସିଷ୍ଟମର ଲାପଟପ କିଣୁନାହାଁନ୍ତି, ତେବେ ସେଥିରେ ପୁଣି ଥରେ ଅପରେଟିଙ୍ଗ ସିଷ୍ଟମ ଇନଷ୍ଟଲ କରିବାକୁ ପଡିବ ।

ସଠିକ କି-ବୋର୍ଡର ଚୟନ କରନ୍ତୁ : ଯଦି ଆପଣ ଲାପଟପରେ ଅଧିକ କାମ କରନ୍ତି, ତେବେ ଆପଣ ସବୁବେଳେ ସଲିଡ କି-ବୋର୍ଡ ବାଲା ଲାପଟପ କିଣନ୍ତୁ । ଯଦି ଆପଣ ବିଜନେସ ଲାପଟପ କିଣିବା ପାଇଁ ଚାହୁଁଛନ୍ତି, ତେବେ କି-ବୋର୍ଡରେ ଜି ଏବଂ ଏଚ ମଝିରେ ନବ୍ ନିଶ୍ଚୟ ଚେକ କରି ନିଅନ୍ତୁ ।

ସଠିକ ଡିସପ୍ଲେ ସାଇଜର ଚୟନ କରନ୍ତୁ : କିଛି ଲୋକ ଛୋଟ ସ୍କ୍ରିନ ବାଲା ଲାପଟପ କିଣିବାକୁ ପସନ୍ଦ କରନ୍ତି, ସେଇଠି କିଛି ଲୋକ ବଡ ସ୍କ୍ରିନ ପସନ୍ଦ କରନ୍ତି । ଏମିତିରେ ଆପଣ ଆପଣଙ୍କ ସୁବିଧା ଅନୁସାରେ ଉପଯୁକ୍ତ ସ୍କ୍ରିନ ବାଛିପାରିବେ । ୧୫ ଇଂଚର ସ୍କ୍ରିନ ସାଇଜ ଲୋକଙ୍କ ପାଇଁ ଅଧିକ ସୁବିଧାଜନକ ଏବଂ ଲୋକଙ୍କ ମଧ୍ୟରେ ଅଧିକ ପ୍ରଚଳିତ ।

ସଠିକ ପ୍ରୋସେସର ଏବଂ ରାମର ଚୟନ : ବାହାର ଫିଚର୍ସ ବ୍ୟତୀତ ଆଭ୍ୟନ୍ତରୀଣ ଫିଚର୍ସ ବିଷୟରେ ମଧ୍ୟ ଲାପଟପ କିଣିବା ପୂର୍ବରୁ ସାବଧାନତା ଅବଲମ୍ବନ କରନ୍ତୁ । ସଠିକ ପ୍ରୋସେସର ଏବଂ ରାମର ଚୟନ କରିବାରେ ବିଫଳ ହେଉଛନ୍ତି ଯଦି ଆପଣଙ୍କୁ ଅସୁବିଧାର ସାମନା କରିବାକୁ ପଡିବ ।