ସାଧାରଣତଃ ଆମେ ସକାଳେ କିମ୍ବା ସଂଧ୍ୟାରେ କ୍ଷୀର ପିଇଥାଉ । ଶରୀରର ସୁସ୍ଥତା ଲାଗି ସବୁ ବୟସର ବ୍ୟକ୍ତିଙ୍କ ଲାଗି କ୍ଷୀର ପିଇବା ଲାଭଦାୟକ। ତେବେ କ୍ଷୀର ପିଇବାର କିଛି ନିୟମ ରହିଛି। ଜୟପୁରସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦର ଡାକ୍ତର ସି.ଆର.ଯାଦବଙ୍କ ମତ ଅନୁସାରେ କ୍ଷୀର ପିଇବା ସମୟରେ ଏଇ କେତେଟି ନିୟମ ପାଳନ କଲେ ଆମେ ଉପଯୁକ୍ତ ଲାଭ ପାଇଥାଉ।
- ପ୍ରଥମତଃ ସକାଳୁ ଉଠି କ୍ଷୀର ପିଅନ୍ତୁ ନାହିଁ । ପିଇବା ଦ୍ୱାରା ପେଟରେ ଏସିଡ୍ର ସ୍ତର ଅସନ୍ତୁଳିତ ହୋଇଥାଏ । ଫଳରେ ଏସିଡିଟି ବା କଫ ସମସ୍ୟା ହୋଇପାରେ ।
-କ୍ଷୀର ସବୁବେଳେ ରାତିରେ ପିଇବା ଉଚିତ୍ । ଫଳରେ ଏଥିରେ ଥିବା ଏମିନୋ ଏସିଡ୍ ଦ୍ୱାରା ମୁଣ୍ଡ ଥଣ୍ଡା ରହିଥାଏ । ରାତିରେ ନିଦ ମଧ୍ୟ ଭଲ ହୋଇଥାଏ ।
-ଖାଦ୍ୟ ଗ୍ରହଣ କରିସାରିବା ପରେ ସାଙ୍ଗେ ସାଙ୍ଗେ କ୍ଷୀର ପିଇବା ଅନୁଚିତ । ପିଇବା ଦ୍ୱାରା ହଜମ ଭଲ ହୁଏ ନାହିଁ । ଖାଇବାର ଦୁଇ ଘଣ୍ଟା ପରେ କ୍ଷୀର ପିଇଲେ ଫାଇଦା ହୋଇଥାଏ।
-ସବୁବେଳେ ଅଳ୍ପ ଉଷୁମ କ୍ଷୀର ପିଇବା ଉଚିତ୍ । ଏସିଡିଟି ବା ଅଲସର୍ର ସମସ୍ୟା ଥିଲେ ଥଣ୍ଡା କ୍ଷୀର ପିଇପାରିବେ ।
-କ୍ଷୀରରେ ଚିନି ପକାଇ ପିଅନ୍ତୁ ନାହିଁ । କିସମିସ୍, ଖଜୁରି କିମ୍ବା ମିଶ୍ରି ପକେଇ କ୍ଷୀର ପିଇଲେ ଲାଭ ମିଳିଥାଏ ।
-କେତେକ ଲୋକ କ୍ଷୀର ପିଇବା ଦ୍ୱାରା ହଜମ ହୋଇ ନ ଥାଏ । କ୍ଷୀରରେ ଅଦା ପକେଇକି ପିଅନ୍ତୁ । କ୍ଷୀରରେ ଅଦା, ଗୁଜୁରାତି, କେଶର ବା ଡାଲ୍ଚିନି ମିଶେଇକି ପିଇବା ଦ୍ୱାରା ପେଟ ସମସ୍ୟା ଦୂର ହୋଇଥାଏ ।