କିଛି ସମୟ ପୂର୍ବରୁ ଆପଣଙ୍କୁ ବ୍ୟାଙ୍କ ସଂପର୍କିତ କୈାଣସି ବି କାର୍ଯ୍ୟ ପାଇଁ ନିଜର ବ୍ୟାଙ୍କର ଶାଖାକୁ ଯାଇ ଲାଇନରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡେ । କିନ୍ତୁ ଏବେ ବଢ଼ୁଥିବା ଟେକନୋଲୋଜି ସହିତ ଆପଣଙ୍କୁ ଏହି କାମଗୁଡିକ ପାଇଁ ବ୍ୟାଙ୍କ ଯିବାର ଆବଶ୍ୟକତା ପଡୁନି ବରଂ ଆପଣ ମୋବାଇଲ ବ୍ୟାଙ୍କିଙ୍ଗ ରୂପରେ ନିଜର ବ୍ୟାଙ୍କ ନିଜ ସାଙ୍ଗରେ ରଖିପାରିବେ । ଏହା ଦ୍ୱାରା ଆପଣଙ୍କ ସମୟ ବଂଚେ ଏବଂ ଅନେକ ଫାଇଦା ବି ମିଳେ । କିନ୍ତୁ ଏହାର ବ୍ୟବହାର କରିବା ସମୟରେ ଆପଣଙ୍କୁ ଅତିରିକ୍ତ ସାବଧାନତା ରଖିବାର ଆବଶ୍ୟକତା ଥାଏ କାର୍ହିକିନା ଯଦି ଆପଣ ଏହାର ଧ୍ୟାନ ରଖୁନାହାଁନ୍ତି, ତେବେ ଆପଣ କେତେକ ଅପ୍ରିୟ ସ୍ଥିତିଗୁଡିକର ସାମନା କରିବାକୁ ପଡିପାରେ ।
ଯଦି ଆପଣ ମୋବାଇଲ ବ୍ୟାଙ୍କିଙ୍ଗର ଉପଯୋଗ କରନ୍ତି, ତେବେ ଏହି ଜିନିଷ ଉପରେ ଧ୍ୟାନ ରଖନ୍ତୁ କି ଆପଣଙ୍କ ମୋବାଇଲରେ କେବଳ ଅଫିସିଆଲ ଆପ୍ଲିକେସନ ହିଁ ଡାଉନଲୋଡ କରନ୍ତୁ । କୈାଣସି ପ୍ରକାରର ନକଲି ଆପ୍ଲିକେସନ ଉପରେ ସନ୍ଦେହର ସ୍ଥତିରେ ତୁରନ୍ତ ନିଜର ବ୍ୟାଙ୍କ ଶାଖାରେ ସଂପର୍କ କରନ୍ତୁ । ନିଜର ଗୁପ୍ତ ପାସୱାର୍ଡକୁ କେବେ ବି ନିଜ ଫୋନରେ ସେଭ କରନ୍ତୁନି । ନିଜର ପାସୱାର୍ଡକୁ ନିୟମିତି ରୂପେ ବଦଳାନ୍ତୁ । ସହଜ ପାସୱାର୍ଡର ବ୍ୟବହାର କରନ୍ତୁନି । ମୋବାଇଲ ନମ୍ବର ବଦଳାଇବା ସ୍ଥିତିରେ ବ୍ୟାଙ୍କକୁ ସୂଚିତ କରନ୍ତୁ । ଯଦି ଆପଣଙ୍କ ଫୋନ ଚୋରି ହୋଇଯାଏ କିମ୍ବା ହଜିଯାଏ, ତୁରନ୍ତ ନିଜ ବ୍ୟାଙ୍କର ଗ୍ରାହକ ସେବାକୁ ଫୋନ କରନ୍ତୁ ଏବଂ ନିଜର ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ଲିକେସନକୁ ଡିଆକ୍ଟିଭେଟ କରାନ୍ତୁ ।