କନକ ବ୍ୟୁରୋ : ବିଧାନସଭାର ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀଙ୍କ କକ୍ଷତ୍ୟାଗକୁ ଦୁର୍ଭାଗ୍ୟଜନକ କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଏହା ଗଣତନ୍ତ୍ର ପ୍ରତି ଅସମ୍ମାନ ବୋଲି କହିଛନ୍ତି ପ୍ରଶାନ୍ତ । ସେହିଭଳି ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରି ପ୍ରଶାନ୍ତ କହିଛନ୍ତି, ଯାହା ନାଁରେ ୧୬ଟି ଲେଖାଏଁ ଅପରାଧିକ ମାମଲା ରହିଛି ତାଙ୍କ ଠାରୁ ଆଉ କଣ ବା ଆଶା କରିବା । ଯିଏ ନିଜ ଦଳର ସଭାପତିଙ୍କୁ ମାଡ ମାରି ଲହୁଲୁହାଣ କରିଥିଲେ, ମହିଳା ପୋଲିସଙ୍କୁ ଧକ୍କା ମାରିଥିଲେ ତାଙ୍କ ଠାରୁ କିଛି ଭଲ ଆଶା କରାଯାଇ ନପାରେ । ବିଜେପି ଦଳ ଜୟନାରାୟଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା କଥା ।
ବିଜେପି ଦଳ ସୁରକ୍ଷାର କଥା କହୁଛି, କିନ୍ତୁ ବିଜେପି ଦଳର ନେତା ବିରୋଧୀ ଦଳ ନେତାଙ୍କ ଠାରୁ ଦୂରେଇ ରୁହନ୍ତୁ । ମାନସିକ ସନ୍ତୁଳନ ଠିକ୍ ଥିବା ବ୍ୟକ୍ତି ଏମିତି କେବେ କରନ୍ତିନି । ତେଣୁ ସାମ୍ବାଦିକ ଭାଇ ମାନେ ମଧ୍ୟ ତାଙ୍କ ଠାରୁ ଦୂରେଇ ରୁହନ୍ତୁ ବୋଲି କହିଛନ୍ତି ପ୍ରଶାନ୍ତ । ସେହିଭଳି ନବ ଦାସଙ୍କ ହତ୍ୟା ମାମଲାର ତଦନ୍ତକୁ ନେଇ ପ୍ରଶାନ୍ତ କହିଛନ୍ତି, ନ୍ୟାୟିକ ବ୍ୟବସ୍ଥା ଉପରେ ବିଜେଡି ବିଶ୍ୱାସ କରେ । ସରକାର ହାଇକୋର୍ଟ ଯାଇଥିଲେ, ଜଷ୍ଟିସ ଜେ.ପି ଦାସଙ୍କ ତଦାରଖରେ ଏହି ତଦନ୍ତ ଚାଲିଛି । ନ୍ୟାୟିକ ବ୍ୟବସ୍ଥା ଉପରେ ସମ୍ମାନବୋଧ ଥିବ ସେ ଏଭଳି ତଦନ୍ତକୁ ଅସ୍ୱୀକାର କରିବନି ।
Follow Us