କନକ ବ୍ୟୁରୋ: ଓଡ଼ିଶାରୁ ବାଇକରେ କେଦାରନାଥ ଯାତ୍ରା । ପ୍ରାୟ ୫ ହଜାର କିଲୋମିଟର ଦୂରତା ଏହି କଠିନ ଯାତ୍ରାରେ ସଫଳ ହୋଇଛନ୍ତି ୬ ଓଡ଼ିଆ ଯୁବକ । ନବରଙ୍ଗପୁର ରାଇଘର ବ୍ଲକରୁ ୬ ଯୁବକ ତିନିଟି ବାଇକ୍ ନେଇ ୧୫ ଦିନରେ ଲକ୍ଷ୍ୟ ସ୍ଥଳ ଉତରାଖଣ୍ଡ କେଦାରନାଥରେ ପହଂଚି ପୁଣି ଫେରି ଆସିଛନ୍ତି । ସ୍ଥାନୀୟ ଅଂଚଳର ଏକେ ସାହା ୟୁଟ୍ୟୁବ୍ ମେକର ପ୍ରତି ବର୍ଷ ବିଭିନ୍ନ ଦର୍ଶନୀୟ ସ୍ଥାନକୁ ବାଇକ ଯୋଗେ ଯାଇ ୟୁଟ୍ୟୁବ ଭିଡ଼ିଓ କରି ଆସୁଥିବା ବେଳେ ଏଥର ସମଗ୍ର ଉତ୍ତରାଖଣ୍ଡ ଭ୍ରମଣ କରି ଏହାର ଡକୁମେଣ୍ଟାରି ପ୍ରସ୍ତୁତ କରିବାକୁ ଯୋଜନ ରଖିଛନ୍ତି । ସୂଚନା ମୁତବାକ ସ୍ଥାନୀୟ ଅଂଚଳର ଦେବେନ୍ଦ୍ର ମିଶ୍ର , ଅଭିଜିତ ସାହା , ଭିକୀ ଶ୍ରୀବାସ୍ତବ , ଗୁଲସନ୍ ସାହୁ , ଉମେଶ ଚନ୍ଦ୍ର ସାହୁ ଓ ମେଘନାଥ ହରିଜନ ଗତ ମେ ୧ ତାରିଖ ଦିନ ରାଇଘରରୁ ବାହାରିଥିଲେ । ଏହି ଅବସରରେ ସେମାନେ କେଦାରନାଥ , ଟୁଙ୍ଗ୍ ନାଥ , ବଦ୍ରିନାଥ , ଋଷିକେଶ , ହରିଦ୍ୱାର ପ୍ରମୁଖ ସ୍ଥାନକୁ ଦର୍ଶନ ସାରି ଫେରିଛନ୍ତି ।