କେଦାରନାଥରେ ବରଫ ବର୍ଷା : ବନ୍ଦ ରହିଲା ମନ୍ଦିର ଦ୍ୱାର; ଧଳା ଚାଦରରେ ଆସ୍ତରଣରେ ଘୋଡ଼େଇ ରହିଛି ମହାଦେବଙ୍କ ମନ୍ଦିର

ପ୍ରଥମ ତୁଷାରପାତର ମଜା ନେଉଛନ୍ତି ପର୍ଯ୍ୟଟକ

144

କନକ ବ୍ୟୁରୋ : କେଦାରନାଥରେ ବରଫ ବର୍ଷା । ବରଫ ପଡିବା ଯୋଗୁଁ ଆଜି ବନ୍ଦ ରହିଛି ମନ୍ଦିର ଦ୍ୱାର । ଏତେ ମାତ୍ରାରେ ବରଫପାତ ହୋଇଛି ଯେ ମନ୍ଦିର ଉପରେ ଏକ ଧଳା ଚାଦରରେ ଆସ୍ତରଣ ପଡି ଯାଇଛି । ମନ୍ଦିର ଆଖପାଖରେ ଥିବା ଘର ଦ୍ୱାର, ରାସ୍ତାଘାଟ, ଗଛ ଯୁଆଡେ ଚାହିଁବ କେବଳ ବରଫ ହିଁ ବରଫ ଦେଖାଯାଉଛି ।

ବରଫପାତ ହେବା ପରେ ଏହି ଅଂଚଳର ତାପମାତ୍ରା ବହୁ ମାତ୍ରାରେ ହ୍ରାସ ପାଇଛି । ଅନ୍ୟପଟେ ପର୍ଯ୍ୟଟକମାନେ ବରଫ ପାତର ମଜା ଉଠାଉଥିବା ଦେଖିବାକୁ ମିଳିଛି । ହିମାଳୟ ପାଦଦେଶରେ ମନ୍ଦାକିନି ନଦୀ ନିକଟରେ ଏହି ପବିତ୍ର ଦେବସ୍ଥାନ ରହିଛି ।

Comments are closed.