କନକ ବ୍ୟୁରୋ : କେଦାରନାଥରେ ବରଫ ବର୍ଷା । ବରଫ ପଡିବା ଯୋଗୁଁ ଆଜି ବନ୍ଦ ରହିଛି ମନ୍ଦିର ଦ୍ୱାର । ଏତେ ମାତ୍ରାରେ ବରଫପାତ ହୋଇଛି ଯେ ମନ୍ଦିର ଉପରେ ଏକ ଧଳା ଚାଦରରେ ଆସ୍ତରଣ ପଡି ଯାଇଛି । ମନ୍ଦିର ଆଖପାଖରେ ଥିବା ଘର ଦ୍ୱାର, ରାସ୍ତାଘାଟ, ଗଛ ଯୁଆଡେ ଚାହିଁବ କେବଳ ବରଫ ହିଁ ବରଫ ଦେଖାଯାଉଛି ।
ବରଫପାତ ହେବା ପରେ ଏହି ଅଂଚଳର ତାପମାତ୍ରା ବହୁ ମାତ୍ରାରେ ହ୍ରାସ ପାଇଛି । ଅନ୍ୟପଟେ ପର୍ଯ୍ୟଟକମାନେ ବରଫ ପାତର ମଜା ଉଠାଉଥିବା ଦେଖିବାକୁ ମିଳିଛି । ହିମାଳୟ ପାଦଦେଶରେ ମନ୍ଦାକିନି ନଦୀ ନିକଟରେ ଏହି ପବିତ୍ର ଦେବସ୍ଥାନ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/9-18.jpg)