୨୦୧୩ ରେ ଘଟିଥିବା କେଦାରନାଥ ଭୟଙ୍କର ପ୍ରଳୟକୁ ପୁରିଲା ୬ ବର୍ଷ ! ଆଜି ପର୍ଯ୍ୟନ୍ତ ମିଳିପାରିଲା ନାହିଁ ୩୧୮୭ ଶ୍ରଦ୍ଧାଳୁଙ୍କ ପତ୍ତା ।

469

୬ ବର୍ଷ ତଳେ ଅର୍ଥାତ୍ ୨୦୧୩ ରେ ଦେବସ୍ଥଳ କେଦାରନାଥ ଘାଟିରେ ଘଟିଥିବା ଭୟଙ୍କର ପ୍ରଳୟର କ୍ଷତ ଆଜି ଯାଏଁ ଲୋକଙ୍କ ମନରୁ ଯାଇନାହିଁ । ଏହି ପ୍ରଳୟରେ ଗୋଟିଏ କି ଦୁଇଟି ନୁହଁ ହଜିଗଲା ୩୧୮୭ ଲୋକଙ୍କ ପରିଚୟ । କିଏ ବଞ୍ଚିଛି କି ମରିଛି ତାର କୌଣସି ପତ୍ତା ହିଁ ମିଳୁନି । ୫ ବର୍ଷ ଧରି ଚାଲିଥିବା ସର୍ଚ୍ଚ ଅପରେସନରେ ଏବେ ପର୍ଯ୍ୟନ୍ତ ୬୯୯ ଟି ନରକଙ୍କାଳ ମିଳିଛି । ଯେଉଁଥିରେ ୩୩ ଜଣଙ୍କ ଡିଏନଏରୁ ପରିଚୟ ମିଳିପାରିଛି । ଏହି ଭୟଙ୍କର ବାତ୍ୟାରେ ନିଜ ଜ୍ଞାତିକୁଟୁମ୍ବକୁ ହରାଇଥିବା ପରିବାର ସଦସ୍ୟଙ୍କ ମନରୁ ଏବେ ବି ଏହାର କ୍ଷତ ଶୁଖିନି ।

କିଛି ଲୋକଙ୍କୁ ନିଜ ପରିବାର ସଦସ୍ୟଙ୍କ ଅନ୍ତେ୍ୱଷ୍ଟିକ୍ରିୟା କରିବାର ସୁଯୋଗ ବି ପ୍ରାପ୍ତ ହେଲାନାହିଁ । ୧୬ ଜୁନ୍ ୨୦୧୩ ର ସେ କାଳରାତିରେ କେଦାରନାଥ,ଗୌରିକୁଣ୍ଡ ସମେତ ଅନେକ ତୀର୍ଥସ୍ଥଳରେ ଆଶ୍ରୟ ନେଇଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ଜୀବନ ଗଛରୁ ଶୁଖିଲା ପତ୍ର ଝଡିଲା ପରି ଅକାଳରେ ଝଡି ପଡୁଥିଲା । ଦୁଇଦିନ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ଉଦ୍ଧାରକାରୀ ଦଳ ପହଂଚିବାରେ ଅସଫଳ ରହିଥିଲେ । ଉଦ୍ଧାର କାର୍ଯ୍ୟ ସୁଚାରୁରୂପେ ହେବା ପରେ ଆରମ୍ଭ ହେଲା ମୃତ୍ୟୁମୁହଁରୁ ଶ୍ରଦ୍ଧାଳୁଙ୍କ ଶବକୁ ଚିହ୍ନଟ କରିବା । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଦେଶରେ ୩୮୮୬ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିଲା । ଯେଉଁଥିରେ ୬୯୯ ଲୋକଙ୍କର ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ନରକଙ୍କାଳ ମିଳିଥିଲା । ୨୦୧୩ ରେ ୫୪୫ ଶବ ମିଳିବା ପରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ୬୯୯ ନରକଙ୍କାଳ ମିଳିଥିଲା । ମୁରାଦାବାଦ୍ ର ଗୋଟିଏ ପରିବାରର ୯ ଜଣ ସଦସ୍ୟ ଏହି ବିପର୍ଯ୍ୟୟ ଶିକାର ହୋଇଥିଲେ । ଆଖି ସାମ୍ନାରେ ବହି ଯାଇଥିଲା ୯ ଟି ଜୀବନ । ଏହି ୯ ଜଣଙ୍କ ମଧ୍ୟରୁ ଏଯାଏଁ କାହାର କିଛି ସୁରାଖ୍ ମିଳିଲାନାହିଁ ।

 

୨୦୧୩ ରୁ ୨୦୧୮ ରେ ମିଳିଥିଲା ନରକଙ୍କାଳ :

୨୦୧୩ – ୫୪୫

୨୦୧୪ – ୬୩

୨୦୧୫ – ୦୩

୨୦୧୬ – ୬୦

୨୦୧୭ –

୨୦୧୮ – ୨୧

ମୋଟ = ୬୯୯

ମୋଟ ନିଖୋଜ = ୩୮୮୬