କନକ ବ୍ୟୁରୋ: ମଣିଷ ପରି ମଣିଷ ଟିଏ । ଶିକ୍ଷକ ଭାବେ ଅବସର ନେବା ପରେ ବି ଶିକ୍ଷକତାକୁ ଛାଡି ପାରିନାହାଁନ୍ତି । ଆଉ ଏହି ପେଶା ଏବେ ତାଙ୍କର ନିଶା ପାଲଟିଛି । ସରକାରୀ ଭାବେ ଅବସର ନେବାର ୨ବର୍ଷ ବିତିଯାଇଥିଲେ ସୁଦ୍ଧା ବ୍ରହ୍ମପୁର ସହରର ସହିଦ୍ ଲକ୍ଷ୍ମଣ ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ , କେ ସି ଟାଉନ ହାଇସ୍କୁଲ, ମେଡିକାଲ କ୍ୟାମ୍ପସ ହାଇସ୍କୁଲ ଓ ସିଟି ହାଇସ୍କୁଲ ସମେତ ସହର ଉପକଣ୍ଠ ଫୁଲଟା , ଦାସପୁର ଭଳି ବିଭିନ୍ନ ଗ୍ରାମର ସ୍କୁଲରେ ମଧ୍ୟ ସେ ଶିକ୍ଷାଦାନ କରିଆସୁଛନ୍ତି ।

Advertisment

ଯେଉଁ ସ୍କୁଲରେ ଶିକ୍ଷକ ଅଭାବ କିମ୍ବା ଖାଲି ଶ୍ରେଣୀ ଦେଖିଲେ ସେହି ସ୍କୁଲରେ ପହଞ୍ଚିଯାଆନ୍ତି । ଗଣିତ, ଇଂରାଜି ଭୂଗୋଳ ବିଜ୍ଞାନ ଭଳି ସମସ୍ତ ବିଷୟରେ ସେ ଭିନ୍ନ ଢଙ୍ଗରେ ପାଠପଢାଇବା ସହ ପିଲାଙ୍କୁ ବ୍ୟାୟାମ ଶିକ୍ଷା ମଧ୍ୟ ଦେଇଥାନ୍ତି । ଯାହା ଛାତ୍ରଛାତ୍ରୀଙ୍କୁ ବେଶ ଆକୃଷ୍ଟ କରିଥାଏ । ଶିକ୍ଷକ ସମାଜ ପାଇଁ କେଦାର ସାର୍ ଜଣେ ଆଦର୍ଶ ଶିକ୍ଷକଙ୍କ ଉଦାହରଣ ପାଲଟିଛନ୍ତି ।