ବିଶ୍ୱକପର ୧୨ ଦିନ ପୂର୍ବରୁ ଭାରତ ପାଇଁ ଖୁସି ଖବର । ଫିଟ୍ ହେଲେ କେଦାର ଯାଦବ, ବିଦେଶରେ ଦେଖାଇବେ ଦମ୍ ।

Advertisment
ବିଶ୍ୱକପର ୧୨ ଦିନ ପୂର୍ବରୁ ଭାରତ ପାଇଁ ଖୁସି ଖବର । ଫିଟ୍ ହେଲେ କେଦାର ଯାଦବ, ବିଦେଶରେ ଦେଖାଇବେ ଦମ୍ ।

image courtesy - InsideSport

କନକ ବ୍ୟୁରୋ : ଆଉ ୧୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ । ୨୦୧୯ କ୍ରିକେଟ୍ ବିଶ୍ୱକପ ପାଇଁ ବାଜି ସାରିଛି ବିଗୁଲ । ତେବେ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆସିଛି ଏକ ଖୁସି ଖବର । ଚଳିତ ଆଇପିଏଲ ସିଜିନରେ ଆହତ ହୋଇଥିବା ଭାରତୀୟ ଅଲରାଉଣ୍ଡର କେଦାର ଯାଦବ ଏବେ ଫିଟ୍ ହୋଇଯାଇଥିବା ଜଣାପଡିଛି । ଆଉ ଆସନ୍ତା ୨୨ ତାରିଖରେ ସେ ଟିମ୍ ଇଣ୍ଡିଆ ସହ ଇଂଲଣ୍ଡ ପାଇଁ ଉଡାଣ ଭରିବେ ।

publive-imageଆଇପିଏଲରେ କେଦାର ଯାଦବ ଆହତ ହେଲା ପରେ, ସେ ବିଶ୍ୱକପ ଖେଳିବେ କି ନାହିଁ, ସେନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ଜାରି ରହିଥିଲା । ଏପରିକି ସେ ବିଶ୍ୱକପ ପୂର୍ବରୁ ଫିଟ୍ ହୋଇନପାରନ୍ତି ବୋଲି ମଧ୍ୟ ଅନେକାଂଶରେ ମତପ୍ରକାଶ ପାଇଥିଲା । ତେବେ ସବୁ ଚର୍ଚ୍ଚା ଓ ଆଲୋଚନାର ଅନ୍ତ ଘଟିଥିବା ବେଳେ ଏବେ ବିଶ୍ୱକପ ପାଇଁ ପୁରା ଫିଟ୍ ଅଛନ୍ତି କେଦାର ଯାଦବ । ଏନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe