ଟିଆରଏସର ଦ୍ୱିତୀୟ ଇନିଂସ ! ଦ୍ୱିତୀୟ ଥର ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେସିଆର ।

113

କନକ ବ୍ୟୁରୋ : ଆରମ୍ଭ ହେଲା କେସିଆରଙ୍କ ଦ୍ୱିତୀୟ ଇନିଂସ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେ.ଚନ୍ଦ୍ରଶେଖର ରାଓ । ଆଜି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି କେସିଆର । ଏହା ସହ ତେଲେଙ୍ଗାନାରେ ଦ୍ୱିତୀୟ ଥର ପାଇଁ ସରକାର ଗଢିଛି ଟିଆରଏସ୍ । ଆଜି କେସିଆରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ମୁଖ୍ୟମନ୍ତ୍ରୀଙ୍କ ପରେ ଉପମୁଖ୍ୟମନ୍ତ୍ରୀ ମହମ୍ମଦ ଅଲିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ନିର୍ବାଚନରେ ବଡ ବିଜୟ ସହ ତେଲେଙ୍ଗାନାରେ ଏକାକୀ ସରକାର ଗଢିଛି ଟିଆରଏସ୍ ।

ତେଲେଙ୍ଗାନାରେ ଏବେବି ସବୁଠାରୁ ଅଧିକ ଲୋକପ୍ରିୟ ନେତା ହେଉଛନ୍ତି କେସିଆର । ଏହି ନିର୍ବାଚନରୁ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଛି । ତେଲେଙ୍ଗାନର କେ.ଚନ୍ଦ୍ର ଶେଖର ରାଓ ଗାଜୱେଲ ବିଧାନସଭା ଆସନରୁ ୫୦ ହଜାର ଭୋଟ ବ୍ୟବଧାନରେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଭି.ପ୍ରତାପ ରେଡ୍ଡୀଙ୍କୁ ହରାଇଥିଲେ । ଯାହାକି ଦ୍ୱିତୀୟଥର ପାଇଁ ତେଲେଙ୍ଗାନାର କ୍ଷମତା ଡ଼ୋରୀ ସମ୍ଭାଳିଲେ କେସିଆର ।