କେସିଆରଙ୍କ ଅସ୍ତ୍ରୋପଚାର ସଫଳ । ଶୁକ୍ରବାର ପଡିଯାଇ ଆହତ ହୋଇଥିଲେ ।

Advertisment
କେସିଆରଙ୍କ ଅସ୍ତ୍ରୋପଚାର ସଫଳ । ଶୁକ୍ରବାର ପଡିଯାଇ ଆହତ ହୋଇଥିଲେ ।

କନକ ବ୍ୟୁରୋ: ଶୁକ୍ରବାର ଦିନ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ବାମପାଶ୍ୱର୍ ନିତମ୍ବାସ୍ଥି ଖଞ୍ଜାର ସମ୍ପୂର୍ଣ୍ଣ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହୋଇଥିବା କଥା ‘ଯଶୋଦା ହସ୍ପିଟାଲ୍‌’ କହିଛି। ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଓ ଅନ୍ୟ ଡାକ୍ତରୀ କର୍ମଚାରୀମାନେ ‘କେସିଆର୍‌’ଙ୍କ ନିତମ୍ବାସ୍ଥି ଖଞ୍ଜା ପ୍ରତିରୋପଣ ନିମନ୍ତେ ଅସ୍ତ୍ରୋପଚାର କରିଥିଲେ।

ଶୁକ୍ରବାର ରାତିରେ ଡାକ୍ତରଖାନା ଜାରି କରିଥିବା ‘ହେଲ୍‌ଥ୍‌ ବୁଲେଟିନ୍‌’ରେ କହିଛି, ବ୍ୟବସ୍ଥିତ ଭାବେ ରାଓଙ୍କ ବାମପାର୍ଶ୍ବ ନିତମ୍ବାସ୍ଥିର ସମ୍ପୂର୍ଣ୍ଣ ପ୍ରତିରୋପଣ କରାଯାଇଛି। ଏଥି ନିମନ୍ତେ କରାଯାଇଥିବା ଅସ୍ତ୍ରୋପଚାରକୁ ସେ ଖୁବ୍‌ ସହ୍ୟ କରିଛନ୍ତି ଓ ଅସ୍ତ୍ରୋପଚାର ସମୟରେ ତାଙ୍କ ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ସ୍ବାଭାବିକ ଥିଲା।

ଅସ୍ତ୍ରୋପଚାର ପରେ ରାଓଙ୍କୁ ଅନ୍ୟ ଏକ ପ୍ରକୋଷ୍ଠକୁ ସ୍ଥାନାନ୍ତର କରାଯାଇଛି ଓ ସେ ସୁସ୍ଥ ହେଉଛନ୍ତି। ୬ରୁ ୭ ସପ୍ତାହ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ। ତାଙ୍କୁ ସାଲାଇନ୍‌, ସଂକ୍ରମଣ ପ୍ରତିରୋଧକାରୀ ଆଣ୍ଟିବାୟୋଟିକ୍‌ ଓ ଯନ୍ତ୍ରଣାନାଶକ ଔଷଧ ଦିଆଯାଉଛି। ଆଜି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ପରେ ଚଳପ୍ରଚଳ କରିବା, ଫିଜିଓଥେରାପି ଦେବା ଓ ପୋଷକତତ୍ତ୍ବ ଦେବା ବିଷୟରେ ବିଚାର କରାଯିବ ବୋଲି ଡାକ୍ତରଖାନା ଜାରି କରିଥିବା ବୁଲେଟିନ୍‌ରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe