ଆଜି ରିମାଣ୍ଡରେ ଆସିବେ ଆତଙ୍କ ଖେଳାଇଥିବା କେବିଏନ ଗ୍ରୁପ୍ ସଦସ୍ୟ : ଚୋରା ବନ୍ଧୁକ କାରାବାର ଲିଙ୍କ ନେଇ ହୋଇପାରେ ଜେରା

131

କନକ ବ୍ୟୁରୋ : ଆଜି ରିମାଣ୍ଡରେ ଆସିବେ ରାଜଧାନୀରେ ଆତଙ୍କ ଖେଳାଇଥିବା କେବିଏନ ଗ୍ରୁପ୍ର ସଦସ୍ୟ । ଚେଙ୍ଗ, ସନିଆ, ରାହୁଲ ଓ ସମୁନକୁ ୨ ଦିନିଆ ରିମାଣ୍ଡରେ ଆଣିବ ନୟାପଲ୍ଲୀ ଥାନା ପୁଲିସ । ରିମାଣ୍ଡରେ ଆଣିବା ପରେ ପୁଲିସ ସେମାନଙ୍କ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ନେଇ ସୂଚନା ରହିଛି । ବିଭିନ୍ନ ମାରଣାସ୍ତ୍ର ବିଶେଷ କରି ଚୋରା ବନ୍ଧୁକ କାରାବାର ଲିଙ୍କ ଖୋଜିବା ପାଇଁ ପୁଲିସ ଘନ ଘନ ଜେରା କରିବ ବୋଲି ସୂଚନା ମିଳିଛି ।

ଏତେମାତ୍ରାରେ ଅସ୍ତ୍ରଶସ୍ତ୍ର କେଉଁ ଲିଙ୍କରେ ସେମାନଙ୍କ ପାଖକୁ ଆସୁଛି, କିଏ ସେମାନଙ୍କୁ ଚୋରା ବନ୍ଧୁକ ଯୋଗାଉଛି ଓ ଏହି କାରବାରର ଚେର କେତେବାଟ ଯାଏଁ ଲମ୍ବିଛି ସେ ବିଷୟରେ ଜାଣିବା ପାଇଁ ଗୁରୁତ୍ୱ ଦେବ ପୁଲିିସ । ସେହିଭଳି କେବିଏମନ୍ ଗ୍ୟାଙ୍ଗର ମୁଖିଆ ଦେବୀ ପ୍ରସାଦ ଜେନା ଓରଫ ବୁବୁ ସମେତ ଅନ୍ୟ ୨୦ ଜଣ କେଉଁଠି ଅଣ୍ଡରଗ୍ରାଉଣ୍ଡ ହୋଇଛନ୍ତି, ସେ ବାବଦରେ ମଧ୍ୟ ପଚରାଉଚରା କରିପାରେ ପୁଲିସ । ସୂଚନା ଅନୁସାରେ ଏପର୍ଯ୍ୟନ୍ତ କେବିଏନ୍ ଗ୍ୟାଙ୍ଗର ୯ ଜଣଙ୍କୁ ପୁଲିସ ଗିରଫ କରିସାରିଛି ।