କନକ ବ୍ୟୁରୋ: ମାରଣାସ୍ତ୍ର ଧରି ରାଜଧାନୀର ରାଜରାସ୍ତାରେ ଉତ୍ପାତ କରୁଥିବା ରକ୍ତଚରିତ୍ର ଗ୍ୟାଙ୍ଗ ଏବେ ପୋଲିସ ଟାର୍ଗେଟରେ । ରକ୍ତଚରିତ୍ର ଗ୍ୟାଙ୍ଗର ସଦସ୍ୟ ରାଜେଶ ବେହେରା ଓରଫ ଚେଙ୍ଗ ପୋଖରୀପୁଟରେ ଥିବା ତା ଘରେ ଲୁଚିଥିବା ଖବର ପାଇଁ ଗିରଫ କରିବା ପାଇଁ ପହଞ୍ଚିିଥିଲା ପୋଲିସ । କିନ୍ତୁ ପୋଲିସ୍ ପହଞ୍ଚିବା ପୂର୍ବରୁ ଫେରାର ହୋଇଯାଇଥିଲା ରାଜେଶ । ତେବେ ତା’ ଘରେ ବିଭିନ୍ନ ମାରଣାସ୍ତ୍ର ଓ ବନ୍ଧୁକ ଲୁଚା ଯାଇଥିବା ସନ୍ଦେହ କରି ଆଜବେଷ୍ଟସ୍ ଭାଙ୍ଗି ଯାଞ୍ଚ କରିଥିଲା ପୋଲିସ୍ ।
କମିଶନରେଟ ପୋଲିସକୁ ଖବର ମିଳିଥିଲା ଯେ, ରକ୍ତଚରିତ୍ର ଗ୍ୟାଙ୍ଗର ସଦସ୍ୟ ରାଜେଶ ବେହେରା ଓରଫ ଚେଙ୍ଗ ପୋଖରୀପୁଟରେ ଥିବା ତା ଘରେ ଲୁଚିଛି । ଏହାପରେ ନୟାପଲ୍ଲୀ ଥାନା ପୋଲିସ୍ ଓ ସ୍ପେଶାଲ ସ୍କ୍ୱାର୍ଡର ଟିମ୍ ଚଢ଼ାଉ କରିଥିଲା । କିନ୍ତୁ ପୋଲିସ୍ ପହଞ୍ଚିବା ପୂର୍ବରୁ ଫେରାର ହୋଇଯାଇଥିଲା ରାଜେଶ । ତେବେ ତା’ ଘରେ ବିଭିନ୍ନ ମାରଣାସ୍ତ୍ର ଓ ବନ୍ଧୁକ ଲୁଚା ଯାଇଥିବା ସନ୍ଦେହ କରି ଆଜବେଷ୍ଟସ୍ ଭାଙ୍ଗି ଯାଞ୍ଚି କରିଥିଲା ପୋଲିସ୍ ।
ରାଜଧାନୀର ରାଜରାସ୍ତାରେ ଆତଙ୍କ ଖେଳାଇଥିବା ରକ୍ତଚରିତ୍ର ଗ୍ୟାଙ୍ଗ ଏବେ ପୋଲିସ୍ ଟାର୍ଗେଟରେ । ଭିଡିଓରେ ଥିବା ଯୁବକମାନଙ୍କୁ ଖୋଜି ଖୋଜି ଜଣକ ପରେ ଜଣଙ୍କୁ ଉଠାଇ ନେଉଛି କମିଶନରେଟ୍ ପୋଲିସ୍ । ୨୯ ଜଣଙ୍କ ମଧ୍ୟରୁ ଏଯାଏଁ ୭ ଜଣଙ୍କ ଗିରଫ ହୋଇସାରିଲେଣି । ପୂର୍ବରୁ ୫ ଜଣଙ୍କୁ ଗିରଫ କରି ଜେଲ ପଠାଇସାରିଥିଲା ବେଳେ ଏବେ ଆଉ ୨ ଜଣ ସାହିଲ ଷଡ଼ଙ୍ଗୀ, କାହ୍ନୁ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ ।
ରକ୍ତଚରିତ୍ର ଭିଡିଓ ଗୋଟିଏ ପରେ ଗୋଟିଏ ଭାଇରାଲ ହେବା ପରେ ସାଧାରଣ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଥିଲା । ବିଳମ୍ବିତ ରାତିରେ ରାଜଧାନୀ ରାସ୍ତାରେ ଯିବାକୁ ସୁରକ୍ଷିତ ମଣୁନଥିଲେ ସାଧାରଣ ଜନତା । ତେବେ ଏହି ଭିଡିଓ ସବୁ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଆକ୍ସନ ମୁଡ଼କୁ ଆସିଛି କମିଶନରେଟ୍ ପୋଲିସ୍ । ତେବେ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଥିବା ଭଳି ଏପରି ଭିଡ଼ିଓ ସୋସିଆଲ ମିଡିଆରେ ନଛାଡ଼ିବା ଚେତାବନୀ ଦେଇଛି କମିଶନରେଟ୍ ପୋଲିସ୍ । ଗ୍ୟାଙ୍ଗର ସମସ୍ତଙ୍କୁ ଖୋଜି ଖୋଜି ଗିରଫ କରାଯାଉଥିବା ବେଳେ ଏବେବି ଗ୍ୟାଙ୍ଗର ମୁଖିଆ ବୁବୁର ମିଳୁନି ପତ୍ତା । ବୁବୁ ଓ ତାର ସହଯୋଗୀମାନଙ୍କୁ ଧରିବା ପାଇଁ ଜାଲ ବିଛାଇଛି ପୋଲିସ୍ ।