image courtesy-http://images.indianexpress.com
ଆରମ୍ଭ ହୋଇସାରିଛି କୋନ ବନେଗା କୋରଡପତିର ନବମ ସଂସ୍କରଣ । ନୂଆ ନିୟମ ନୂଆ ପ୍ରତିଯୋଗୀଙ୍କୁ ନେଇ ଆରମ୍ଭ ହୋଇଛି ଏହି ଲୋକପ୍ରିୟ ସୋ’ । ଅମିତାଭ ବଚ୍ଚନ ହୋଷ୍ଟ କରୁଥିବା ଏହି ଟେଲି ସୋ’ର ଦର୍ଶକମହଲରେ ଏବେ ଜବରଦସ୍ତ କ୍ରେଜ । ବିଗ ବିଙ୍କୁ ଛୋଟ ପରଦାରେ ଦେଖି ଦର୍ଶକ ବି ବେଶ ଉତ୍ସାହିତ । ଟେଲି ପରଦାରେ ଦମ ଦେଖାଉଛନ୍ତି ବିଗ ବି । ଟେଲିଭିଜନରେ ପ୍ରସାରିତ ହେଉଥିବା ବାକି ସୋ ଉପରେ ଭାରି ପଡିଛି ବିଗ ବିଙ୍କ ଏହି ବିଗ ସୋ’ ଫ । ଏସବୁ ଭିତରେ ଏହି ସୋ’ ଏବେ ରେକର୍ଡ କରିଛି । ଚଳିତ ସିଜିନରେ ଏହି ସୋ’ର ମାତ୍ର ଅଳ୍ପ କିଛି ଏପିସୋଡ ପ୍ରସାରଣ ହେଇଥିବା ବେଳେ ଏବେ ଟିଆରପି ରେଟିଂରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି କେବିସି । ନବମ ସଂସ୍କରଣର ୧୦ମ ଏପିସୋଡ କେବିସିକୁ ଟାଗେର୍ଟ ରେଟିଂ ପଏଣ୍ଟ ବା ଟିଆରପିରେ ଟପରେ ପହଞ୍ଚାଇଛି ।
ଶୁକ୍ରବାର ଏହି ଏପିସୋଡରେ ପ୍ରସାରିତ ସ୍ପେଶାଲ୍ ସେଗମେଂଟ୍ ‘ନଇ ଚାହ ନଇ ରାହ’ରେ ପ୍ରତିଯୋଗୀ ଥିଲେ ସୁପର ୩୦ର ଫାଉଣ୍ଡର୍ ଆନନ୍ଦ କୁମାର । ତେବେ ଆନନ୍ଦ ଆସିବା ପରେ ଖାସ୍ ବନିଯାଇଥିଲା ଏହି ସୋ’ । ଦେଶର ପ୍ରଖ୍ୟାତ ଗଚ୍ଚିତଜ୍ଞ ଅନନ୍ଦ କୁମାରଙ୍କୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇଛି । କାରଣ ବିଗତ ୧୫ ବର୍ଷ ମଧ୍ୟରେ ଆନନ୍ଦଙ୍କର ୪୫୦ ଛାତ୍ରଙ୍କ ମଧ୍ୟରୁ ୩୯୬ ଜଣ ଆଇଆଇଟି – ଏନଆଇଟି ପରି ଟପ୍ ଅନୁଷ୍ଠାନରେ ସ୍ଥାନ ପାଇଛନ୍ତି ।
ସୋ ଆରମ୍ଭ ହେବା ପରେ ଆନନ୍ଦଙ୍କ ଉପରେ ଥିଲା ସବୁ ଦର୍ଶକଙ୍କ ନଜର । ଛାତ୍ର ଛାତ୍ରୀଙ୍କ କ୍ୟାରିୟର୍ ବନାଇ ଦେଶର ଟପ୍ ଇନଷ୍ଟିଚ୍ୟୁଟରେ ସ୍ଥାନ ଦିଆଉଥିବା ବ୍ୟକ୍ତି କେତେ ଚତୁରତାର ସହ କେତୋଟି ପ୍ରଶ୍ନର ଉତ୍ତର ଦେଇପାରୁଛନ୍ତି ତାହା ଥିଲା ସମସ୍ତଙ୍କ ଉତ୍କଣ୍ଠାର ବିଷୟ । ତେବେ ଆନନ୍ଦ ମଧ୍ୟ ଖୁବ୍ ଆତ୍ମବିଶ୍ୱାସର ସହ ପୁରା ଗେମ୍ ଖେଳିଥିଲେ । ଆଉ କେବିସି ସୋ’ରୁ ୨୫ ଲକ୍ଷ ଟଙ୍କା ବିଜୟୀ ମଧ୍ୟ ହୋଇଥିଲେ । ତେବେ ସୋ’ର ଏହି ଅଧ୍ୟାୟ ଅଧିକ ଖୁସି ଦେଇଛି ଚ୍ୟାନେଲ କତ୍ତ୍ୃପକ୍ଷଙ୍କୁ । କାରଣ ଏହି ଅଧ୍ୟାୟ ପରେ ସୋ’ର ରେଟିଂ ଟପ୍ କରିଥିଲା । ଏପରିକି ସୋ ଟିଆରିପି ସର୍ବୋଚ୍ଚ ଥିବା ଜାଣିବା ପରେ ଅମିତାଭଙ୍କ ଏକ ଟ୍ୱିଟ୍ ସାମ୍ନାକୁ ଆସିଥିଲା । ଏଥିରେ ବିଗ୍ ବି କହିଥିଲେ ସୋ ଏଭଳି ସଫଳତା ବିଷୟରେ ସେ କେବେ ଭାବି ନଥିଲେ । ତା ଛଡା ସୋ ଦେଖୁଥିବା ସମସ୍ତ ଦର୍ଶକଙ୍କୁ ସେ ଧନ୍ୟବାଦ ଦେଇଥିଲେ ।
ଉଲ୍ଲେଖଯୋଗ୍ୟ , ଆନନ୍ଦ କୁମାରଙ୍କ ଦେଶର ଶିକ୍ଷା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଅବଦାନ ରହିଛି । ଆନନ୍ଦ କୁମାରଙ୍କୁ ଦେଶର ପ୍ରାୟ ଅଧିକାଂଶ ଲୋକ ଜାଣିଛନ୍ତି । ଏପରିକି ବଡ ବଡ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଆନନ୍ଦଙ୍କ ଫ୍ୟାନ । ସୁପରଷ୍ଟାର୍ ହ୍ରିତିକ୍ ରୋଶନ୍ ମଧ୍ୟ ଆନନ୍ଦଙ୍କର ବହୁତ ବଡ ପ୍ରଶଂସକ । ଆଗାମୀ ଦିନରେ ଆନନ୍ଦଙ୍କ ବାୟୋପିକକୁ ନେଇ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ବିକାଶ ବହଲ । ଶୁଣାଯାଉଛି ଏହି ଫିଲ୍ମରେ ଆନନ୍ଦଙ୍କ ଭୂମିକାରେ ନଜର ଆସିବେ ହ୍ରିତିକ ରୋଶନ ।
Follow Us