ପୁଣି ଥରେ ଛୋଟ ପରଦାରେ ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ । କୁଇଜ ଭିତ୍ତିକ ରିୟାଲିଟି ସୋ’ କୌନ ବନେଗା କୋରଡପତିର ନୂଆ ସିଜିନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ସୋନି ଟିଭି ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ କେବିସିକୁ ନେଇ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ସୁପରଷ୍ଟାର ଅମିତାଭ ବଚ୍ଚନ ସୋ’ରେ ଭାଗ ନେବାକୁ ରେଜିଷ୍ଟ୍ରେସନର ତାରିଖ କହୁଥିବାର ନଜର ଆସିଛନ୍ତି । କେବିସିର ୧୧ ତମ ସିଜିନର ରେଜିଷ୍ଟ୍ରେସନ ଆସନ୍ତା ମେ ମାସ ୧ ତାରିଖରେ ହେବାକୁ ଯାଉଛି ।
ମେ ୧ ତାରିଖ ରାତି ୯ଟା ବେଳେ କେବିସିର ନୂଆ ସିଜିନ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହେବ । ଏପରିକି ଚଳିତ ଥର ମଧ୍ୟ ଅମିତାଭ କେବିସିର ହୋଷ୍ଟ କରୁଥିବାର ଦେଖିବାକୁ ମିଳିପାରେ । ଏବେ ପର୍ଯ୍ୟନ୍ତ କେବିସିର ଗୋଟିଏ ସିଜିନକୁ ଛାଡିଦେଲେ ବାକି ସମସ୍ତ ସିଜିନରେ ଅମିତାଭ ବଚ୍ଚନକୁ ହୋଷ୍ଟ କରୁଥିବାର ଦେଖିବାକୁ ମିଳିଛି । କେବଳ ଗୋଟିଏ ମାତ୍ର ସିଜିନରେ ଶାହାରୁଖ ଖାନଙ୍କୁ ଏହି ସିଟରେ ଦେଖିବାକୁ ମିଳିଥିଲା । କେବିସିର ଚଳିତ ସିଜିନରେ ନୂଆ ଟ୍ୟାଗ୍ ଲାଇନ ଅମିତାଭଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ଯେଉଁଥିରେ ଅମିତାଭ କହୁଛନ୍ତି, ଯଦି ଏବେଠୁ ହାର ମାନିନେବେ ତେବେ ଜିତିବେ କିପରି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/1550193600_amitabh-bachchan.jpg)