ଆରମ୍ଭ ହେଲା ଲୋକପ୍ରିୟ ସୋ’ ‘କୌନ ବନେଗା କୋରଡପତି’ ! ଜାଣନ୍ତୁ କଣ ପରିବର୍ତ୍ତନ ହୋଇଛି ଚଳିତ ସିଜନରେ

26

ଛୋଟ ପରଦାର ଲୋକପ୍ରିୟ ରିଆଲିଟି କ୍ୱିଜ ସୋ’ କୌନ ବନେଗା କୋରଡପତି ସୋମବାର ରାତି ୯ଟା ସମୟରୁ ସୋନୀ ଟିଭିରେ ପ୍ରସାରଣ ଆରମ୍ଭ ହେବ । ଚଳିତଥର ସୁପରଷ୍ଟାର ଅମିତାଭ ବଚ୍ଚନ ଏହି ମେଗା ସୋ’ର ହୋଷ୍ଟ କରୁଛନ୍ତି । ତେବେ ଚଳିତ ସିଜିନରେ ନୂଆ ଫର୍ମାଟରେ ଦେଖିବାକୁ ମିଳିବ କୌନ ବନେଗା କୋରଡପତି । ତେବେ ନୂଆ ସିଜିନରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ । ଉଦାହରଣ ଅନୁଯାୟୀ, ଚଳିତ ସିଜନରେ କୌଣସି ଫିଲ୍ମ ପ୍ରମୋସନ ହେବ ନାହିଁ ।

ସୋ’ରେ ପ୍ରଥମ ଥର ପାଇଁ କେବିସି କର୍ମବୀର ସେଗମେଣ୍ଟ ଆରମ୍ଭ କରାଯାଇଛି । ଯାହା ପ୍ରତି ଶୁକ୍ରବାର ଆସିବ । ଏହି ସେଗମେଣ୍ଟରେ ଏଭଳି କିଛି ଲୋକଙ୍କ କାହାଣୀ ଦେଖାଯିବ ଯେଉଁମାନେ ସମାଜ ପାଇଁ କିଛି କରିବା ସହ ସକରାତ୍ମକ ପରିବର୍ତ୍ତନ ଆଣି ପାରିଛନ୍ତି । କୌନ ବନେଗା କୋରଡପତିର ପ୍ରଥମ ଏପିସୋଡ ୩ ଜୁଲାଇ ୨୦୦୦ ମସିହାରେ ପ୍ରଥମଥର ପାଇଁ ପ୍ରସାରିତ କରାଯାଇଥିଲା । ଆଉ ଏହାପରେ ଲଗାତାର ଭାବେ ଏହି ସୋ’ ଚାଲି ଆସିଛି । ୟ

ଏବେ ପର୍ଯ୍ୟର୍ନ୍ତ କେବିସିର ୯ଟି ସିଜନ ପ୍ରସାରିତ ହୋଇସାରିଛି । ଆଉ ଏହାର ଦଶମ ସିଜନର ପ୍ରସାରଣ ୩ ସେପ୍ଟେମ୍ବରରୁ ସୋନି ଟିଭିରେ ଆରମ୍ଭ ହେଉଛି । କେବଳ ତୃତୀୟ ସିଜିନକୁ ଛାଡିଦେଲେ ବାକି ସମସ୍ତ ସିଜନରେ ଅଭିତାଭ ବଚ୍ଚନ ଏହି ସୋ’କୁ ହୋଷ୍ଟ କରିଛନ୍ତି । ତୃତୀୟ ସିଜନରେ ଶାହାରୁଖ ଖାନ ଏହି ସୋ’ର ହୋଷ୍ଟ କରିଥିଲେ ।