କାନ୍ଦୁଛନ୍ତି କେବିସିର ପ୍ରଥମ କୋଟିପତି ସୁଶୀଲ କୁମାର । ସୋସିଆଲ ମିଡିଆରେ କହିଲେ ସଂଘର୍ଷରେ କାହାଣୀ

10,203

କନକ ବ୍ୟୁରୋ : ଦିନେ ଅମିତାଭ ବଚ୍ଚନଙ୍କ ‘କୋନ ବନେଗା କରୋଡପତି’ ସୋ’ରୁ ହୋଇଥିଲେ କୋଟିପତି । ହେଲେ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି କେବିସି ସିଜିନ ୫ର କୋଟିପତି ସୁଶିଲ କୁମାର । କେବିସିରେ ୫ କୋଟି ଟଙ୍କା ପ୍ରଶ୍ନର ସଠିକ ଉତ୍ତର ଦେବାରେ ସେ ହେଉଛନ୍ତି ପ୍ରଥମ ପ୍ରତିଯୋଗୀ । ସମୟ ସହ ହଠାତ କେଉଁ ଆଡେ ଉଭାନ ହୋଇଯାଇଥିଲେ ସୁଶିଲ ।

ଆଇଏଏସ ପାଇଁ ପ୍ରସ୍ତୁତ ହେଉଥିବା ସୁଶିଲ କୁମାର ୫ କୋଟି ଟଙ୍କା ଜିତି ରାତାରାତି କୋଟିପତି ହୋଇଯାଇଥିଲେ । ହେଲେ ଏତେ ସାରା ଟଙ୍କାକୁ ଠିକ ଭାବେ କାମରେ ଲଗାଇ ପାରିନଥିଲେ ସୁଶିଲ । ୫ କୋଟି ଟଙ୍କା ମିଳିବା ପରେ ସେ ମଦ ଓ ସିଗାରେଟ ଭଳି ଖରାପ ଅଭ୍ୟାସରେ ପଡିଯାଇଥିଲେ ।

ତେବେ କେବିସିରେ କୋଟିପତି ହୋଇଥିବା ଶୁସିଲ କେମିତି ହେଲେ ଭିକାରୀ । ଏନେଇ ସେ ସୋସିଆଲ ମିଡିଆରେ ସବୁକିଛି କହିଛନ୍ତି । ସେ ଫେସବୁକରେ ପୋଷ୍ଟ କରି ଲେଖିଛନ୍ତି, କେବିସି ପରେ ବିହାରରେ ମୁଁ ଲୋକାଲ ସେଲିବ୍ରିଟି ହୋଇଯାଇଥିଲି । ତେଣୁ ପ୍ରତି ୧୦/୧୫ ଦିନରେ କିଛି ପୋଗ୍ରାମରେ ଯୋଗ ଦେଇଥାଏ । ଏଥିପାଇଁ ମୁଁ ଧିରେ ଧିରେ ପାଠ ପଢାରୁ ଦୂରେଇ ଯାଇଥିଲି ।

ଏହାପରେ ମୁଁ ଟଙ୍କା ଦାନ ମଧ୍ୟ କରିବାରେ ଲାଗିଥିଲି । ଗୋଟିଏ ମାସରେ ପ୍ରାୟ ୫୦ହଜାରରୁ ଅଧିକ ଟଙ୍କା ଦାନ କରିବା କାର୍ଯ୍ୟକ୍ରମରେ ଚାଲିଯାଇଥାଏ । ଏଥିରେ ବହୁତ ଠକାମୀର ମଧ୍ୟ ଶିକାର ହୋଇଛି । ଏସବକୁ ନେଇ ପତ୍ନୀ ସହ ମଧ୍ୟ ଘରେ ଝଗଡା ହୋଇଥାଏ । ଏଭଳି ପରିସ୍ଥିତିରେ ଧିରେ ଧିରେ ମଦ, ସିଗାରେଟ ଭଳି ଅଭ୍ୟାସରେ ପଡିଯାଇଥିଲି ।

ଏଭଳି ଅନେକ କଥା ଶୁସିଲ ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି । ସବୁ କିଛି ବୁଝିବା ବେଳକୁ ଆଉ ସୁଶିଲଙ୍କ ପାଖରୁ ଚାଲିଯାଇଥିଲା ସବୁ ଟଙ୍କା ।