କେବିସିରେ ମହିଳା ପ୍ରତିଯୋଗୀଙ୍କ ମଜା ଉଡାଉଥିଲେ ବିଗ୍ ବି , ପ୍ରତିଯୋଗୀଙ୍କ ଗୋଟିଏ କଥା ଶୁଣି କହିଲେ ସାରା ଜୀବନ ତୁମେ ମନେ ରହିବ ।  

24,468

ଦେଶର ଲୋକପ୍ରିୟ ଶୋ’ କୌନ ବନେଗା କରୋଡପତିର ୨୬ ତମ ଏପିସୋଡ୍ ଗତକାଲି ହୋଇସାରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଜଣ ଏହି ଶୋ’ରେ ଚଳିତବର୍ଷର କୋଟିପତି ହୋଇ ଘରକୁ ଫେରିଛନ୍ତି । ଲୋକଙ୍କ ମଧ୍ୟରେ ବି ଶୋ’ କୁ ନେଇ କ୍ରେଜ୍ ଦେଖିବାକୁ ମିଳୁଛି । ତେବେ ଗତକାଲିର ଏପିସୋଡ୍ କିଛି ହଟକେ ହିଁ ଥିଲା । ଏହି ଏପିସୋଡରେ ପ୍ରୟାଗରାଜର ଉଷା ଯାଦବ ଖୁବ୍ ଭଲରେ ଗେମ୍ ଖେଳୁଥିବା ନଜର ଆସିଥିଲେ । କୌଣସି ଲାଇଫ୍ ଲାଇନ୍ ନଥିବାରୁ ସେ ଏହି ଗେମରୁ ୨୫ ଲକ୍ଷ ଟଙ୍କା ଜିତି ଅଧାରୁ ହିଁ ଛାଡିଥିଲେ ।

ତେବେ ଉଷା ଗୋଟିଏ କଥାକୁ ୨ ଥର କହିଥାନ୍ତି । ଶୋ’ ରେ ମଧ୍ୟ ସେ ଗୋଟିଏ କଥାକୁ ୨ ଥର କହୁଥିଲେ ଯାହାର ନକଲ କରି ମଜା ଉଡାଉଥିଲେ  ଅମିତାଭ୍ । କିନ୍ତୁ ଗୋଟିଏ କଥା କହି ବିଗ୍ ବିଙ୍କ ପାଟିକୁ ଚୁପ୍ କରି ଦେଇଥିଲେ ଉଷା । ସେ କହିଥିଲେ , ଅମିତାଭ ଜୀ , ଖରାପ ଭାବିବେ ନାହିଁ , ଆପଣଙ୍କ ଶୋ’କୁ ଆସିବା ପୂର୍ବରୁ ମୁଁ ଖୁବ୍ ଡରି ଯାଇଥିଲି କିନ୍ତୁ ଆପଣ ଯେତେବେଳେ ଆସିଲେ ମୋତେ କିଛି ଲାଗିଲା ନାହିଁ । ଆପଣଙ୍କୁ ଦେଖି ଲାଗୁନାହିଁ ଯେ ଏତେବଡ଼ ଲୋକ ମୋ ଆଗରେ ଠିଆ ହୋଇଛନ୍ତି । ଆପଣ ତ ଘରର ସଦସ୍ୟ ଭଳି ହିଁ ଦେଖାଯାଉଛନ୍ତି । ଉଷାଙ୍କ ଏହି କଥାରେ ଅମିିତାଭ କିଛି ସମୟ ପାଇଁ ଚୁପ୍ ହୋଇ ରହିଗଲେ । ତେବେ ଉଷାଙ୍କୁ ତାଙ୍କ ସ୍ୱାମୀ ପ୍ରେମରେ ଫୁନସୁଖ୍ ୱାଙ୍ଗଡୁ ବୋଲି ଡାକନ୍ତି । କାରଣ ଅଦରକାରୀ ଦ୍ରବ୍ୟକୁ ଉଷା ଖୁବ୍ ଭଲଭାବରେ ଉପଯୋଗ କରନ୍ତି ।