କେବିସିରେ ଯିବାକୁ ଚାହୁଁଛନ୍ତି ! ଜାଣନ୍ତୁ କିଭଳି କରିବେ ଆବେଦନ ।

145
ଇଣ୍ଡିଆ ଟିଭି ଇଣ୍ଡଷ୍ଟ୍ରିଜର ସବୁଠାରୁ ବଡ ଟିଭି କୁଇଜ କୋନ ବନେଗା କରୋଡପତି ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । କେବିସିର ୧୦ମ ସିଜିନ ଆରମ୍ଭ ହେବା ନେଇ ଘୋଷଣା ଖୁବ ଶୀଘ୍ର କରାଯିବ । କିନ୍ତୁ ଏହା ପୂର୍ବରୁ କେବିସିର ଫ୍ୟାନ୍ସ ଘର ବେଠେ ଜିତୋ ଜ୍ୟାକପଟ୍ ପ୍ରଶ୍ନରେ ପ୍ରତିଦିନ ଘରେ ବସି ୧ ଲକ୍ଷ ଟଙ୍କାର ପୁରସ୍କାର ଜିତିପାରିବେ ।
କେବିସିର ୱେବସାଇଟରେ ଘରେ ବସି ଜ୍ୟାକପଟ୍ ଜିତିବା ପାଇଁ ୟୁଜର୍ସ ମାନଙ୍କୁ ପ୍ରତିଦିନ ଗୋଟିଏ ପ୍ରଶ୍ନ କରାଯାଇଥାଏ । ଆଉ ଯାହାର ଉତ୍ତର ଦେଇ ଭାଗ୍ୟଶାଳୀ ବିଜେତା ୧ ଲକ୍ଷ ଟଙ୍କାର ଧନରାଶି ଜିତିପାରିବେ ।
କେବେ ଆରମ୍ଭ ହେବ କେବିସି ୧୦ ?
ଏହି ସୋ ଖୁବ ଶୀଘ୍ର ଏହି ବର୍ଷ ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ସୋନି ଟିଭିରେ ପ୍ରସାରିତ ହେବ । ରେଜିଷ୍ଟ୍ରେସନ ତାରିଖ ଖୁବ ଶୀଘ୍ର କେବିସିର ଅଫିସିଆଲ ୱେବସାଇଟ୍ ରେ ଘୋଷଣା କରାଯିବ । ଏହି ସୋ ର ଅଡିସନ ପ୍ରକ୍ରିୟା ମଧ୍ୟ ବହୁତ ଶାଘ୍ର ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ୱେବସାଇଟରେ ଆସୁଥିବା ଅପଡେଟ୍ ଉପରେ ଧ୍ୟାନ ରଖିଥାନ୍ତୁ ।
କେମିତି ଖେଳିବେ “ଘର ବେଠେ ଜିତୋ ଜ୍ୟାକପଟ୍” :
kbc-sonyliv.inୱେବସାଇଟରେ ହୋମ ଅପସନରେ ଦିଆଯାଇଥିବା Baithe Jeeto Jackpot ଅପସନରେ କ୍ଲିକ କରନ୍ତୁ । ପ୍ରତିଦିନ ଡେଟଲାଇନ ଏବଂ ସମୟର ଡେଡଲାଇନ ସହ ଗୋଟିଏ ପ୍ରଶ୍ନ ଦିଆଯାଇଥାଏ । ଯେପରିକି ୩୦ ମାର୍ଚ୍ଚ, ୨୦୧୮ ର ପ୍ରଶ୍ନ ହେଉଛି, ୧୫ ଜାନୁଆରୀ କେଉଁ ଦିନ ରୂପରେ ପାଳନ କରାଯାଇଥାଏ ? ଉତ୍ତର ପାଇଁ ଏଥିରେ ଅପସନ ମଧ୍ୟ ଦିଆଯାଇଥାଏ । ସଠିକ ଉତ୍ତରରେ କ୍ଲିକ କଲା ପରେ ତଳେ ଦିଆଯାଇଥିବା ବ୍ଲକ୍ସରେ ୟୁଜର୍ସଙ୍କୁ ନିଜର ପରିଚୟ ଏବଂ ତଥ୍ୟ ଦେବାକୁ ପଡିବ । ଏଥିରେ ଆପଣଙ୍କ ନାମ, ଇମେଲ ଆଇଡି, ଫୋନ ନମ୍ବର ଏବଂ ଆପଣଙ୍କ ଠିକଣା ଦେବା ପରେ ହିଁ ଆପଣଙ୍କ ଉତ୍ତର ପଠାଇପାରିବେ ।
କେବିସି ୧୦ ର ରେଜିଷ୍ଟ୍ରେସନର ପ୍ରକ୍ରିୟା ଖୁବ ଶୀଘ୍ର ଘୋଷଣା କରାଯିବ । କେବିସି ସିଜିନ ୧୦ର ରେଜିଷ୍ଟ୍ରେସନ ଫର୍ମ ପୂରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ପ୍ରୋସେସ :
୧. ପ୍ରଥମେ ଆଶାୟୀଙ୍କୁ  କିଏ ହେବ କରୋଡପତିର ଅଫିସିଆଲ ୱେବସାଇଟ kbc.sonyliv.comରେ ଯିବାକୁ ପଡିବ ।
୨. କେବିସି ରେଜିଷ୍ଟ୍ରେସନ ୨୦୧୮ର ଅଫିସିଆଲ ଲିଙ୍କ୍ ସର୍ଚ୍ଚ କରନ୍ତୁ ଏବଂ open ବଟନ ରେ କ୍ଲିକ୍ କରନ୍ତୁ ।
୩. ଏବେ ରେଜିଷ୍ଟ୍ରେସନ ଫର୍ମ ଆପଣଙ୍କ ସାମ୍ନାରେ ଦେଖାଯିବ ।
୪. ଏହି ଫର୍ମଟିକୁ ଧ୍ୟାନର ସହ ପୂରଣ କରନ୍ତୁ ଏବଂ submit ବଟନ ଉପରେ କ୍ଲିକ କରନ୍ତୁ ।
submit ବଟନ ଉପରେ କ୍ଲିକ କରିବା ପରେ ଆପଣ ଆପଣଙ୍କ ସ୍କ୍ରିନ୍ ଉପରେ ଏକ ମେସେଜ ଦେଖିପାରିବେ ଯେ, ଆପଣଙ୍କ  ରେଜିଷ୍ଟ୍ରେସନ ପୂରଣ ହୋଇଗଲା ।
ଅଫଲାଇନରେ ମଧ୍ୟ କରିପାରିବେ ଆବେଦନ :
କେବିସି ୨୦୧୮ ସିଜିନ ୧୦ ପାଇଁ ରେଜିଷ୍ଟ୍ରେସନ ଆବେଦନ ଅନଲାଇନ ସହ ଅଫଲାଇନରେ ମଧ୍ୟ କରିପାରିବେ । ସୋ ରେ ସାମିଲ ହେବା ପାଇଁ ଆଶାୟୀ ନିମ୍ନରେ ଦିଆଯାଇଥିବା ଅଫଲାଇନ୍ ପ୍ରକ୍ରିୟାରୁ ଯେକୌଣସି ପ୍ରକ୍ରିୟା ବ୍ୟବହାର କରିପାରିବେ ।
୧. ପ୍ରତିଯୋଗୀ ଆଇବିଆର ଦ୍ୱାରା ଆବେଦନ କରିପାରିବେ ।
୨. ସରକାରୀ ବିଜ୍ଞପ୍ତି ର ଉପଯୋଗ କରି ମଧ୍ୟ ଆବେଦନ କରିପାରିବେ ।
୩. ଇଚ୍ଛୁକ ଆଶାୟୀ ଏସଏମଏସ ଦ୍ୱାରା ମଧ୍ୟ ଆବେଦନ କରିପାରିବେ ।
କେବିସି ୧୦, ୨୦୧୮ ର ଲାଇଫଲାଇନ :
ଏଥର ସୋ ରେ ଚାରି ପ୍ରକାର ଲାଇଫଲାଇନ୍ ପ୍ରତିଯୋଗୀ ମାନଙ୍କୁ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବାରେ ସାହାଯ୍ୟ କରିବ ।
୧. ଅଡିଏନ୍ସ ଭୋଟ
୨. ୫୦-୫୦
୩. ଫୋନ ଏ ଫ୍ରେଣ୍ଡ
୪. ପାର୍ଟନର
ଇଏ ହେଉଛନ୍ତି କେବିସି ୯ର ବିଜେତା :
ଟିଭି ଟିଆରପିରେ ଅନେକ ସୋ କୁ ପଛରେ ପକାଇ କେବିସି ସିଜିନ୍ ୯ ଟପ୍ ରେ ପହଞ୍ଚିଥିଲା । ସୋ ର ହୋଷ୍ଟ ଅମିତାଭ ବଚ୍ଚନ ଏବଂ ଅନେକ ପ୍ରତିଯୋଗୀଙ୍କ ପାଇଁ ଏହି ସୋକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ । କେବିସି ୯ର ବିଜେତା ହେଉଛନ୍ତି ଝାରଖଣ୍ଡ ଜାମସେଦପୁରର ଅନାମିକା ମଜୁମଦାର ।