ବୟସର ଦ୍ୱିତୀୟ ଇନିଂସରେ ମହିଳା ବନିଲେ କୋଟିପତି । ପ୍ରଶନ ଉତ୍ତର ଦେଇ ଜିତିଲେ ଏକ କୋଟି ଟଙ୍କା

Advertisment
ବୟସର ଦ୍ୱିତୀୟ ଇନିଂସରେ ମହିଳା ବନିଲେ କୋଟିପତି । ପ୍ରଶନ ଉତ୍ତର ଦେଇ ଜିତିଲେ ଏକ କୋଟି ଟଙ୍କା

କୌନ ବନେଗା କରୋଡପତି -୧୩ ତମ ସିଜନକୁ ଆଉ ଜଣେ କୋଟିପତି ମିଳିଛନ୍ତି। ଗୃହିଣୀ ଗୀତା ସିଂ ଗୌର ୧ କୋଟି ଟଙ୍କାର ପ୍ରଶ୍ନର ଉତ୍ତର ଦେଇ କୋଟିପତି ହୋଇଛନ୍ତି। ବର୍ତ୍ତମାନ ସେ ୭ କୋଟି ଟଙ୍କା ପାଇଁ ‌ଖେଳିବେ। ‘କେବିସି ୧୩’ର ପ୍ରୋମୋରୁ ଏହା ସ୍ପଷ୍ଟ ହୋଇଛି ଯେ ଗୀତା ୧ କୋଟି ଜିତିଛନ୍ତି।  ଏପର୍ଯ୍ୟନ୍ତ ଏହି କୁଇଜ୍ ସୋ’ରେ ଗୀତାଙ୍କ ସମେତ ତିନିଜଣ ପ୍ରତିଯୋଗୀ ୧ କୋଟି ଟଙ୍କା ଜିତି ସାରିଛନ୍ତି। ଗୀତାଙ୍କ ଏହି ଏପିସୋଡ୍ ନଭେମ୍ବର ୮ ଅର୍ଥାତ୍ ଆଜି ପ୍ରସାରିତ ହେବ।

ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନର ଅଫିସିଆଲ ପେଜରେ ଜାରି କରାଯାଇଥିବା ପ୍ରୋମୋରେ ୫୩ ବର୍ଷର ଗୀତା ସିଂ ଗୌର ନିଜ ବିଷୟରେ କହି କହିଛନ୍ତି, ‘ମୁଁ ୫୩ବର୍ଷର। ମୋର ପୂରା ଜୀବନ ପିଲାଙ୍କୁ ପାଳିପୋଷି ବଡ଼ କରିବାରେ ଚାଲି ଯାଇଛି।’ ଏହି ପ୍ରୋମୋ ଶେଷରେ ଅମିତାଭ ବଚ୍ଚନ ଗୀତା ଏକ କୋଟି ଟଙ୍କା ଜିତିଥିବା ଘୋଷଣା କରୁଛନ୍ତି। ସାହିଲ ଅହିରୱାଲ ଏବଂ ହିମାନି ବୁନ୍ଦେଲାଙ୍କ ପରେ ଗୀତା ସିଜିନର ତୃତୀୟ କୋଟିପତି।

ନଭେମ୍ବର ୮ ସୋମବାର ଦିନ ପ୍ରସାରିତ ହେବାକୁ ଥିବା ଏପିସୋଡର ଏକ ପ୍ରୋମୋ ଭିଡିଓ ନିର୍ମାତାମାନେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଭିଡିଓ ସହିତ କ୍ୟାପସନରେ ଲେଖାଯାଇଛି, ‘ବୟସର ଦ୍ୱିତୀୟ ଇନିଂସ, ଗୀତା ଆମର ନୂତନ ପ୍ରତିଯୋଗୀ ଏବଂ ପ୍ରତ୍ୟେକ ଗୃହିଣୀଙ୍କ ପାଇଁ ଏକ ଉଦାହରଣ।’ ପ୍ରମୋରେ ଗୀତା ଏକ ଖୋଲା ଜିପ୍ ଚଳାଉଥିବାର ନଜର ଆସିଛନ୍ତି। ଏଥିରୁ ଜଣାପଡୁଛି ଯେ ସେ ଜୀବନର ଦ୍ୱିତୀୟ ଇନିଂସ ମୁକ୍ତ ଭାବରେ ଜୀବନଯାପନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe