କନକ ବ୍ୟୁରୋ : ଗଙ୍ଗା ନଦୀକୁ ପିବତ୍ର ବୋଲି ମାନାଯାଏ । ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଏହାର ଜଳ ବ୍ୟବହାର ହୋଇଥାଏ । ଗଙ୍ଗା ଜଳ ଛିଞ୍ଚିଲେ ମଧ୍ୟ ସ୍ଥାନ ପବିତ୍ର ହୋଇଥାଏ ବୋଲି ବିଶ୍ୱାସ ରହିଛି । ଗଙ୍ଗା ନଦୀକୁ ନେଇ ଅନେକ ରହସ୍ୟମାନ ରହିଥିବାବେଳେ ଏହାକୁ ପବିତ୍ର ବୋଲି ମାନାଯାଏ । ତେବେ ଦକ୍ଷିଣ ଭାରତରେ ପ୍ରବାହିତ ଏକ ନଦୀ ଯାହାକି ୭ଟି ପବିତ୍ର ନଦୀ ମଧ୍ୟରେ ଅନ୍ୟତମ । ଦକ୍ଷିଣ ଭାରତରେ ପ୍ରବାହିତ ଏହି ନଦୀକୁ ଗଙ୍ଗା ନଦୀ କୁହାଯାଏ । ତେବେ ଆସନ୍ତୁ ଜାଣିବା ଏହି ନଦୀର ମହତ୍ୱ ।

Advertisment

ଭାରତ ବର୍ଷରେ ପ୍ରାୟ ୨୦୦ରୁ ଅଧିକ ପ୍ରମୁଖ ନଦୀ ପ୍ରବାହିତ ହେଉଛି । ଯାହା ହିମାଳୟରୁ ବାହାରି ସମତଳ ଦେଇ ସମୁଦ୍ରକୁ ପ୍ରବାହିତ ହୋଇଥାଏ । ଏହି ନଦୀ ଗୁଡ଼ିକ ମଧ୍ୟରୁ କେତେକ ମଧ୍ୟ ଏବଂ ଦକ୍ଷିଣ ଭାରତରୁ ବାହାରି ଆରବ ସାଗର ଏବଂ ବଙ୍ଗେପସାଗରରେ ମିଶିଛନ୍ତି । ଏପରିକି କେତେକ ନଦୀ ଉତର ପୂର୍ବ ଭାରତ ଦେଇ ବଙ୍ଗୋପସାଗରରେ ମିଶିଛନ୍ତି । ଦେଶରେ ପାନୀୟ ଜଳ ସାଙ୍ଗକୁ କୃଷି କାର୍ଯ୍ୟ ପାଇଁ ଏହିସବୁ ନଦୀମାନେ ଗୁରୁତ୍ୱ ବହନ କରିଥାନ୍ତି ।

ତେବେ ଦକ୍ଷିଣ ଭାରତରେ ଯେଉଁ ନଦୀକୁ ଗଙ୍ଗା ବୋଲି ମାନାଯାଏ ତାହା କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ରାତ୍ୟ ଦେଇ ପ୍ରବାହିତ ହୋଇ ପୁଡୁଚେରୀ ନିକଟରେ ବଙ୍ଗୋପସାଗରରେ ମିଶିଥାଏ । ଏହି ନଦୀ ବହୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳ ଦେଇ ମଧ୍ୟ ପ୍ରବାହିତ ହୋଇଥାଏ । ଏହି ନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟ, ଧାର୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଆପଣମାନେ ଏବେ ଭାବୁଛନ୍ତି କି, ଦକ୍ଷିଣଭାରତର ଗଙ୍ଗା କାହାକୁ କୁହାଯାଏ । ତେବେ କାବେରୀ ନଦୀକୁ ଦକ୍ଷିଣ ଭାରତରେ ଗଙ୍ଗା ବୋଲି ମାନନ୍ତି । ଏହି ନଦୀ ପଶ୍ଚିମଘାର ବ୍ରହ୍ମଗିରି ପର୍ବତରୁ ଉତ୍ପନ୍ନ ହୋଇ ତାମିଲନାଡ଼ୁ ଏବଂ କର୍ଣ୍ଣାଟକ ଦେଇ ପ୍ରବାହିତ ହୋଇଥାଏ । କର୍ଣ୍ଣାଟକରେ ସମୁଦ୍ର ପତନଠାରୁ ୧୩୪୧ ମିଟର ଉଚ୍ଚରେ ଉଠିବା ସହ କାବେରୀ ନଦୀ କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ଦେଇ ପ୍ରବାହିତ ହୋଇ ଶେଷରେ ବଙ୍ଗୋପସାଗରରେ ପଡ଼ିଥାଏ । ଏହି ନଦୀ ତାମିଲନାଡ଼ୁକୁ ଦୁଇ ଭାଗରେ ବିଭକ୍ତ କରିଥାଏ ।

କାବେରୀ ତାମିଲନାଡ଼ୁର ବଡ଼ ନଦୀ ବୋଲି କୁହାଯାଏ । ଏହା ରାଜ୍ୟକୁ ଉତର ଏବଂ ଦକ୍ଷିଣ ଭାଗରେ ବିଭକ୍ତ କରେ । ଗୋଦାବରୀ ଏବଂ କୃଷ୍ଣା ନଦୀରେ ପରେ ଏହା ଦକ୍ଷିଣ ଭାରତର ବଡ଼ ନଦୀ । ବିଶେଷ କରି ଦକ୍ଷିଣ ଭାରତରେ କାବେରୀ ନଦୀର ଧାର୍ମିକ ମହତ୍ୱ ଗୁରୁତ୍ୱପୂର୍ଣ୍ଣ ରହିଛି । ସ୍ଥାନୀୟ ଲୋକେ କାବେରୀ ଆମ୍ମା ଭାବେ ପୂଜା କରନ୍ତି । ଅନେକ ଧାର୍ମିକସ୍ଥଳ ଏହି ନଦୀ କୂଳରେ ଅବସ୍ଥିତ    । ଏହା ବ୍ୟତୀତ ଏହି ନଦୀ ଭାରତର ସାତୋଟି ପବିତ୍ର ନଦୀ ମଧ୍ୟରୁ ଅନ୍ୟତମ । ଏହିସବୁ କାରଣରୁ ଦକ୍ଷିଣ ଭାରତରେ କାବେରୀ ନଦୀକୁ ଗଙ୍ଗା ବୋଲି ମାନାଯାଏ ।