‘କୌନ ବନେଗା କରୋଡପତି’ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା

ଫଟୋ ଦେଖାଇ କେଉଁ ନାଁରେ ପରିଚିତ ବୋଲି ପ୍ରଶ୍ନ କଲେ ଅମିତାଭ ବଚ୍ଚନ; ଉଜ୍ଜଳା ମ୍ୟାନ ଭାବେ ଅଭିହିତ ବୋଲି କହିଥିଲେ ହଟ୍ ସିଟ୍ରେ ବସିଥିବା ପ୍ରତିଯୋଗୀ

813

କନକ ବ୍ୟୁରୋ : ‘କୌନ ବନେଗା କରୋଡପତି’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା । କେବିସିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ନେଇ ପ୍ରତିଯୋଗୀଙ୍କୁ କରାଯାଇଥିଲା ପ୍ରଶ୍ନ । ବିଗ୍ ବି ଅମିତାଭ ବଚ୍ଚନ ପ୍ରତିଯୋଗୀଙ୍କୁ ଧର୍ମେନ୍ଦ୍ରଙ୍କ ଫଟୋ ଦେଖାଇ ପ୍ରଶ୍ନ କରିଥିଲେ କି କେଉଁ ନାଁରେ ସେ ଦେଶରେ ପରିଚିତ । ପ୍ରଶ୍ନର ଉତରରେ ଅପସନ ରଖାଯାଇଥିଲା ସ୍ୱଚ୍ଛ ଭାରତ ମ୍ୟାନ, ମନ୍ ଧନ ମ୍ୟାନ, ଜନଧନ ମ୍ୟାନ ଏବଂ ଉଜ୍ଜଳା ମ୍ୟାନ୍ ।

ହଟ ସିଟରେ ବସିଥିବା ବ୍ୟକ୍ତି ଅଶ୍ୱିନୀ କୁମାର ସିହ୍ନା ଏହାର ଉତର କହିଥିଲେ ଧର୍ମେନ୍ଦ୍ର ପ୍ରଧାନ ଉଜ୍ଜଳା ମ୍ୟାନ୍ ଭାବେ ପରିଚିତ । ଏହାର ଉତର ଅମିତାଭ ବଚ୍ଚନ କହିବା ପରେ ଉପସ୍ଥିତ ଦର୍ଶକ ତାଳି ମାରିଥିଲେ । ଏହା ପରେ ଅମିତାଭ ବଚ୍ଚନ କହିଥିଲେ ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ଧର୍ମେନ୍ଦ୍ରଙ୍କର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହିସାବରେ ଉଜ୍ଜଳା ଯୋଜନାର ସଫଳ ରୂପାୟନକୁ ପ୍ରଶଂସା କରିଥିଲେ । ଏହି ପ୍ରଶ୍ନ ଆସିବା ପରେ ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଜୋରଧରିଛି ।