କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ଲକଡାଉନ୍ ଏବଂ ସଟଡାଉନ୍ ଭିତରେ ଫିଲ୍ମ ଏବଂ ଟିଭି ସିରିଜ୍ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛି । ଆଉ ଏହାରି ଭିତରେ ଆପଣମାନଙ୍କ ପାଇଁ ଆସିଛି ଆଉ ଏକ ଖୁସିଖବର । ଖୁବଶୀଘ୍ର ଆପଣମାନଙ୍କ ମନୋରଞ୍ଜନକୁ ଦୁଇଗୁଣା କରିବା ପାଇଁ ବିଗ୍ ବି ଅମିତାଭ ବଚ୍ଚନଙ୍କ ଗେମ୍ ସୋ’ କୌନ ବନେଗା କରୋଡପତି ନିଜର ନୂଆ ସିଜିନ୍ ସହ ଆସୁଛି । ଏହି ସୋ’ ପାଇଁ ରେଜିଷ୍ଟ୍ରେସନର ତାରିଖ ମଧ୍ୟ ଘୋଷଣା କରାଯାଇଛି ।
ଛୋଟ ପରଦାରେ ସଭିଙ୍କୁ ମାଲମାଲ୍ କରୁଥିବା ଲୋକପ୍ରିୟ ସୋ’ କୌନ ବନେଗା କରୋଡପତିର ସିଜିନ୍ ୧୩ ପୁଣି ଥରେ ଦର୍ଶକଙ୍କ ଲାଗି ପରଦାକୁ ଆସିବାକୁ ଯାଉଛି । ଉଠାନ୍ତୁ ଫୋନ୍, ଆଉ ହୋଇଯାଆନ୍ତୁ ପ୍ରସ୍ତୁତ । କାରଣ ମେ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି, କେବିସି-୧୩ର ରେଜିଷ୍ଟ୍ରେସନ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/kbc_thumb_1_0.jpeg)