ମହାନଦୀ ଗଡଗଡିଆ ଘାଟରେ ବୁଡିଗଲେ କାଉଡିଆ ; ନିଖୋଜ ଯୁବକ ପଟିଆ ଅଞ୍ଚଳର ସୌମ୍ୟରଞ୍ଜନ ପାତ୍ର

Advertisment
ମହାନଦୀ ଗଡଗଡିଆ ଘାଟରେ ବୁଡିଗଲେ କାଉଡିଆ ; ନିଖୋଜ ଯୁବକ ପଟିଆ ଅଞ୍ଚଳର ସୌମ୍ୟରଞ୍ଜନ ପାତ୍ର

କନକ ବ୍ୟୁରୋ: କଟକ ମହାନଦୀର ଗଡ଼ଗଡିଆ ଘାଟରେ ମହାନଦୀରେ ଭାସି ନିଖୋଜ କାଉଡିଆ। ପାଣି ଉଠାଇବା ସମୟରେ ରବିବାର ସନ୍ଧ୍ୟାରେ ଜଣେ କାଉଡ଼ିଆ ପାଣିରେ ଭାସି ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ଭୁବନେଶ୍ୱର ପଟିଆ ଅଞ୍ଚଳର ସୌମ୍ୟରଞ୍ଜନ ପାତ୍ର ବୋଲି ଜଣାପଡିଛି।

ଅଗ୍ନିଶମ ବିଭାଗ ଅଧିକାରୀମାନେ ସୌମ୍ୟଙ୍କ ଅନ୍ୟଜଣେ ବନ୍ଧୁଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ମଧ୍ୟ ସୌମ୍ୟଙ୍କୁ ଉଦ୍ଧାର ହୋଇପାରିନାହାଁନ୍ତି । ସାଙ୍ଗମାନଙ୍କ ସହ ମିଶି ସୌମ୍ୟରଞ୍ଜନ ଗଡ଼ଗଡିଆ ଘାଟକୁ ଜଳଲାଗି ପାଇଁ ପାଣି ଉଠାଇବାକୁ ଆସିଥିଲେ। ନିଜର ଅନ୍ୟଜଣେ ବନ୍ଧୁ ନଦୀରେ ଭାସିଯାଉଥିବା ଦେଖି ସୌମ୍ୟ ନଦୀ ଭିତରକୁ ଡେଇଁପଡିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ଅଗ୍ନିଶମ ବାହିନୀ ସୌମ୍ୟଙ୍କ ବନ୍ଧୁ ଜ୍ୟୋତିଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସୌମ୍ୟଙ୍କୁ ଉଦ୍ଧାର କରିପାରିନଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ସୌମ୍ୟରଞ୍ଜନଙ୍କ ପତ୍ତା ମିଳିନଥିବା ଜଣାପଡିଛି।

ରବିବାର ଗୋଟିଏ ଦିନରେ ଗଡ଼ଗଡିଆ ଘାଟରେ ୮ଜଣ କାଉଡିଆ ଭାସିଯାଉଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe