କନକ ବ୍ୟୁରୋ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ବିବାହ ପରର ପ୍ରଥମ ଭ୍ୟାଲେଣ୍ଟାଇନ୍ ଡେ’ ବିତାଇବେ ନିଜ ପୂର୍ବ ବନ୍ଧୁ ସୁପରଷ୍ଟାର ସଲମାନ ଖାନଙ୍କ ସହ । ଆସନ୍ତା ଶନିବାର ଠାରୁ ମୁମ୍ବାଇରେ ‘ଟାଇଗର-୩’ର ସୁଟିଂ ଆରମ୍ଭ କରିବେ ସଲମାନ୍ । ଏହାସହ ସଲମାନ୍ ଓ କ୍ୟାଟ୍ରିନା କୈଫ୍ ଫେବୃଆରୀ ୧୪ ତାରିଖରୁ ଦିଲ୍ଲୀରେ ଆଉଟଡୋର ସିଡ୍ୟୁଲରେ ବ୍ୟସ୍ତ ରହିବେ । ଏହି ସିଡ୍ୟୁଲ ର ସୁଟିଂ ସହ ଫିଲ୍ମର ସୁଟିଂ ଶେଷ ହେବ ।
ଫିଲ୍ମ ‘ ଟାଇଗର-୩’ର ପରବର୍ତ୍ତୀ ସୁଟିଂ ମୁମ୍ବାଇ ଅନେ୍ଧରୀ ସ୍ଥିତ ୟଶରାଜ୍ ଫିଲ୍ମ ଷ୍ଟୁଡିଓରେ ହେବାକୁ ଯାଉଛି । ଏଥିପାଇଁ ସବୁ ପ୍ରସ୍ତୁତି ସରିଛି । ସେଠାରେ ଫିଲ୍ମର ସୁଟିଂ ପାଖାପାଖି ସପ୍ତାହେ ଚାଲିବ । ଏହାପରେ ଆସନ୍ତା ୧୨ ତାରିଖରେ ସଲମାନ୍ ଓ କ୍ୟାଟ୍ରିନା ଏହା ପରର ସୁଟିଂ ପାଇଁ ଦିଲ୍ଲୀ ଯିବେ । ଦୁହେଁ ଫିଲ୍ମର ସୁଟିଂ ଭ୍ୟାଲେଣ୍ଟାଇନ୍ ଡେ’ରେ ମଧ୍ୟ ଜାରି ରଖିବେ । ବିବାହ ପରେ ଏହା ହେଉଛି କ୍ୟାଟ୍ରିନାଙ୍କର ପ୍ରଥମ ଭ୍ୟାଲେଣ୍ଟାଇନ୍ ଡେ । କିନ୍ତୁ ସୁଟିଂ ବ୍ୟସ୍ତତା ଯୋଗୁଁ ସେ ସ୍ୱାମୀଙ୍କ ବିତାଇପାରିବେ ନାହିଁ । ବରଂ ସୁଟିଂରେ ସଲମାନଙ୍କ ସହ ବ୍ୟସ୍ତ ରହିବେ ।
ଏହି ଫିଲ୍ମର ତାରିଖ ଏବେଯାଏଁ ଧାର୍ଯ୍ୟ କରାଯାଇନାହିଁ । କିନ୍ତୁ ଏହାର ରିଲିଜକୁ ନେଇ ପ୍ରଯୋଜକ କିନ୍ତୁ ଆଦୌ ତରବରିଆ ନୁହଁନ୍ତି ବୋଲି ଜଣାପଡିଛି । ଏହି ଫିଲ୍ମ ହିନ୍ଦି ଓ ଇଂରାଜୀ ବ୍ୟତୀତ ଏକାଧିକ ଭାରତୀୟ ଭାଷାରେ ରିଲିଜ ହେବା ବୋଲି ସୂଚନା ରହିଛି ।