ଘର ଓଳାଇବା ସହ ବାସନ ମାଜୁଛନ୍ତି କ୍ୟାଟ୍ । ସୋସିଆଲ ମିଡିଆରେ ଭାଇରାଲ ହେଉଛି କ୍ୟାଟ୍ରିନାଙ୍କ ଭିଡିଓ… ଦେଖନ୍ତୁ ଭିଡିଓ

201

କନକ ବ୍ୟୁରୋ : କ୍ୟାଟ୍ରିନା କୈଫ୍, ବଲିଉଡର ପପୁଲାର କଳାକାରଙ୍କ ମଧ୍ୟରୁ ଜଣେ । ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇ ଚର୍ଚ୍ଚା ସାଉଁଟିଥିବା ବେଳେ ଏବେ ବିକି କୌଶଲଙ୍କୁ ବିବାହ କରିଛନ୍ତି । ଗତ ଦିନେ ଦୁଇଦିନ ତଳେ ବିବାହକୁ ମାସେ ପୁରିଥିବା ବେଳେ ପପୁଲାର ଯୋଡି ଭିକି-କ୍ୟାଟ୍ ବିବାହ ଆନିଭରସରୀ ସେଲିବ୍ରେଟ୍ କରିଥିଲେ । ତେବେ ଏହାରି ମଧ୍ୟରେ କ୍ୟାଟ୍ରିନାଙ୍କ କିଛି ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି ।

 

View this post on Instagram

 

A post shared by Instant Bollywood (@instantbollywood)


ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି, କ୍ୟାଟ୍ରିନା ବାସନ ମାଜୁଥିବାର ଏବଂ ଘର ସଫା କରୁଥିବାର । ଦୁଇଟି ଭିଡିଓ ମଧ୍ୟରୁ ଗୋଟିଏ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ, ବଲିଉଡ୍ କ୍ୟୁନ୍ କ୍ୟାଟ୍ରିନା ତାଙ୍କ କିଚେନରେ ବାସନ ମାଜୁଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ଫ୍ୟାନ୍ସଙ୍କ ରିଆକ୍ସନ୍ ଦେଖିବାକୁ ମିଳିଛି । ଜଣେ ପ୍ରଶଂସକ କମେଣ୍ଟ କରି କହିଛନ୍ତି । ଏହା ତ ଭାଉଜଙ୍କର ପୁରୁଣା ଭିଡିଓ… ସେହିପରି ଆଉଜଣେ ପ୍ରଶଂସକ କମେଣ୍ଟରେ କହିଛନ୍ତି, ଭାଉତ ତମେ ଏକା କାହିଁକି ବାସନ ମାଜୁଛ, ଭାଇ କୁଆଡେ ଗଲେ ?

 

View this post on Instagram

 

A post shared by Instant Bollywood (@instantbollywood)

ସେପଟେ, ସୂଚନା ମିଳିଛି କି, ଟାଇଗର-୩ରେ ସଲମାନଙ୍କ ସହ ନଜର ଆସିବେ କ୍ୟାଟ୍ରିନା । ଚଳିତ ବର୍ଷ ଡିସେମ୍ବର ଶେଷ ଶୁଦ୍ଧା ଟାଇଗର୍-୩ ରିଲିଜ ହେବର ଯୋଜନା ରହିଛି । ଗତ କିଛିଦିନ ତଳେ ବିମାନବନ୍ଦରରେ କ୍ୟାଟ୍ରିନା ନଜର ଆସିଥିଲେ, ସେତେବେଳେ ସୁଟିଂରୁ ଫେରୁଥିବା ଜଣାପଡିଥିଲା