କ୍ୟାଟ୍ରିନାଙ୍କ ବାହାଘର : କାହିଁକି ଏତେ କଟକଣା ? ଜାଣନ୍ତୁ ବିବାହକୁ ନେଇ କିଛି ଖାସ୍ କଥା

658

କନକ ବ୍ୟୁରୋ : ରାଜସ୍ଥାନରେ ଆଜିଠାରୁ ଆରମ୍ଭ ହେଉଛି ବଲିଉଡର ବହୁ ପ୍ରତିକ୍ଷିତ ବିବାହ ଆୟୋଜନ । ରାଜସ୍ଥାନରେ ଆଗାମୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଭିକି କୌଶଲଙ୍କ ବାହାଘର । ଏନେଇ ବରକନ୍ୟା ପ୍ରସ୍ତୁତ, ବାହାଘର ମଣ୍ଡପ ବି ସମ୍ପୂର୍ଣ୍ଣ ପ୍ରସ୍ତୁତ । ସୱାଇ ମାଧୋପୁରସ୍ଥିତ ବରୱାରା ଦୁର୍ଗରେ ଭିକି ଓ କ୍ୟାଟଙ୍କ ଡେଷ୍ଟିନେସନ ୱେଡ଼ିଙ୍ଗ ହେଉଛି । ଏଥିପାଇଁ ପ୍ୟାଲେସକୁ ସ୍ୱତନ୍ତ୍ର ଭାବେ ସଜ୍ଜା ଯିବା ସହ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଆଲୋକମାଳାରେ ଝଲସୁଛି ଦୁର୍ଗ ।

ସେପଟେ ରାଜସ୍ଥାନକୁ ଛୁଟିଲାଣି ଅତିଥୀଙ୍କ ଭିଡ । ଜୟପୁର, ଯୋଧପୁର ବିମାନବନ୍ଦରରେ କ୍ୟାଟ୍ରିନା ଓ ଭିକିଙ୍କ ପରିବାର ସହ ଅନେକ ଅତିଥୀ ପହଁଚି ସାରିଛନ୍ତି । ବିଦେଶରୁ କିଛି ପରିଜନ ଓ ମୁମ୍ବାଇରୁ କିଛି ସଦସ୍ୟ ସୋମବାରଠୁ ରାଜସ୍ଥାନରେ ପହଁଚି ସାରିଛନ୍ତି । ସୂଚନା ଅନୁସାରେ ଏହି ସେଲିବ୍ରେଟି ବାହାଘରରେ କେବଳ ୧୨୦ ଜଣ ଅତିଥୀ ସାମିଲ ହେବେ । ଯେଉଁଥିିରେ ଉଭୟ ପକ୍ଷଙ୍କ ପରିବାର, କିଛି ବନ୍ଧୁ ଓ ବଲିଉଡର ନମୀଦାମୀ ଚେହେରା ସ୍ଥାନ ପାଇଛନ୍ତି । ପରେ ମୁମ୍ବାଇରେ ଏମାନଙ୍କ ଗ୍ରାଣ୍ଡ ରିସେପନ୍ସ ପାର୍ଟିର ଆୟୋଜନ ହୋଇଛି ।

ତେବେ ବାହାଘରରେ ଯୋଗ ଦେବାକୁ ଥିବା ଅତିଥୀଙ୍କ ପାଇଁ ଅନେକ କଟକଣା ଲଗାଯାଇଛି । ଅତିଥିମାନେ କରୋନା ଟିକାର ଡବଲ ଡୋଜ ନେଇନଥିଲେ ସେମାନଙ୍କ ପାଇଁ ବାହାଘର କାର୍ଯ୍ୟକ୍ରମ ସ୍ଥଳରେ ଆରଟିପିସିଆର ଟେଷ୍ଟ ବ୍ୟବସ୍ଥା କରାଯାଇଛି । ଅତିଥୀମାନଙ୍କ ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଯାଇଛି । ଅତିଥୀଙ୍କ କାରରରେ ସ୍ୱତନ୍ତ୍ର ଷ୍ଟିକର ଲଗାଯାଇଛି, ଯାହା କେବଳ ପ୍ରବେଶ ପାଇଁ ଉଦ୍ଧିଷ୍ଟ ।

ଭିକି-କ୍ୟାଟ୍ରିନାଙ୍କ କଟକଣା ବାହାଘର

– କ୍ୟାଟ୍ରିନା-ଭିକିଙ୍କ ବାହାଘରରେ ଯୋଗଦେବେ ମୋଟ୍ ୧୨୦ ଜଣ ଅତିଥୀ
– ବିବାହରେ ଯୋଗ ଦେଉଥିବା ଅତିଥୀଙ୍କ ପାଇଁ ଲଗାଯାଇଛି କଡା କଟକଣା
– କ୍ୟାଟ୍ରିନା କିମ୍ବା ଭିକିଙ୍କ ସହ ଫଟୋ ଉଠାଇ ପାରିବେନି କୌଣସି ଅତିଥୀ
– ଅନୁମତି ବିନା ବିବାହ ଉତ୍ସବର କୌଣସି ଫଟୋ ସୋସିଆଲ ମିଡିଆରେ ଛାଡିବା ମନା
– ଯେଉଁମାନେ ବିବାହ ଉତ୍ସବରେ ସାମିଲ ହେବେ ବାହାରେ ପ୍ରକାଶ କରିବେ ନାହିଁ
– ଏଥିପାଇଁ ଅତିଥୀଙ୍କୁ ଏକ ନନ୍ ଡିସକ୍ଲୋଜର ଏଗ୍ରିମେଂଟରେ ହସ୍ତାକ୍ଷର କରିବାକୁ ହେବ
– ବିବାହ ଉତ୍ସବରେ ଯୋଗ ଦେଉଥିବା ଅତିଥୀଙ୍କୁ ଏକ ସିକ୍ରେଟ କୋଡ୍ ଦିଆଯାଇଛି
– ଏହି କୋଡ୍ ସେମାନଙ୍କ କାରରେ ଲଗାଇ ବିବାହ ସ୍ଥଳକୁ ପ୍ରବେଶ କରିବେ ଅତିଥୀ
– ମୁଖ୍ୟ ବିବାହ ମଣ୍ଡପକୁ ଅତିଥୀମାନେ ମୋବାଇଲ ଫୋନ ନେଇପାରିବେ ନାହିଁ
– ଅତିଥୀମାନଙ୍କ ପାଇଁ କରୋନା ଟିକାର ଦୁଇଟି ଡୋଜ୍ ବାଧ୍ୟତାମୂଳକ କରାଯାଇଛି
– ଟିକା ନେଇନଥିଲେ ଆରଟିପିସିଆର ଟେଷ୍ଟ ନେଗେଟିଭ ପରେ ହିଁ ପ୍ରବେଶ ଅନୁମତି ମିଳିବ

କ୍ୟାଟ୍-ଭିକିଙ୍କ ବିବାହର ଖାସ୍ କଥା
– ରାଜସ୍ଥାନ ସୱାଇ ମାଧୋପୁରରେ ବରୱାରା ଦୁର୍ଗରେ ଥିବା ସିକ୍ସ ସେନସେସ୍ ହୋଟେଲରେ ହେଉଛି ଡେଷ୍ଟିନେସନ୍ ୱେଡିଂ
– ଡିସେମ୍ବର ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଅଭିନେତା ଭିକି କୌଶଲଙ୍କ ବିବାହ ଉତ୍ସବ
– ବିବାହ ଉତ୍ସବରେ ଏକ ନୀଳ ଓ ଧଳା ରଙ୍ଗର ୫ ଥାକିଆ କେକ୍ କାଟିବେ କ୍ୟାଟ ଓ ଭିକି, ଏହାକୁ ପ୍ରସ୍ତୁତ କରିଛନ୍ତି ଇଟାଲିର ସେଫ୍
– ବିବାହ ଭୋଜିରେ ଅତିଥୀଙ୍କ ପାଇଁ ରହିଛି ଉଭୟ ଭାରତୀୟ ଓ କଂଟିନେଟାଲ ଖାଦ୍ୟ ସାମଗ୍ରୀ
– ଭାରତୀୟ ଖାଦ୍ୟରେ କଚୋଡି ସାଙ୍ଗକୁ ଚାଟ୍, କବାବ ଓ ପାରମ୍ପରିକ ରାଜସ୍ଥାନୀ ଖାଦ୍ୟ ସମ୍ଭାର ରଖା ଯାଇଛି
– ସଂଗୀତରେ କ୍ୟାଟ୍ରିନାଙ୍କ ୨୦୧୬ ଫିଲ୍ମ ‘ବାର ବାର ଦେଖୋ’ର ‘କାଲା ଚସ୍ମା’ ଗୀତରେ ନାଚିବେ କ୍ୟାଟ୍ରିନା ଓ ଭିକି

କ୍ୟାଟ୍ରିନାଙ୍କ ବାହାଘର: କାହିଁକି ଏତେ କଟକଣା ?

– ବାହାଘର ଭିଡିଓ ଏବଂ ଫଟୋକୁ ନେଇ ଏକ ଚୁକ୍ତି କରିଛି ଓଟିଟି ପ୍ଲାଟଫର୍ମ
– ୧୦୦ କୋଟି ଟଙ୍କାରେ ଏହି ଚୁକ୍ତି ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟ
– ଚୁକ୍ତି ଅନୁସାରେ ବିବାହ ଭିଡିଓ ଉପରେ ଏହି ଓଟିଟି ପ୍ଲାଟଫର୍ମର ସତ୍ୱାଧିକାର ରହିବ
– ତେଣୁ ବିବାହ ଭିଡିଓ କିମ୍ବା ଫଟୋ ବାହାରେ ଛାଡିବା ଉପରେ ରହିଛି କଟକଣା
– ଫଟୋଗୁଡିକ କେତେକ ଅନ୍ତର୍ଜାତୀୟ ମାଗାଜିନରେ ପ୍ରକାଶ ପାଇବା ସମ୍ଭାବନା
– ବିବାହ ଭିଡିଓ କେବଳ ସେହି ଅନ୍ତର୍ଜାତୀୟ ଓଟିଟି ପ୍ଲାଟଫର୍ମରେ ଉପଲବ୍ଧ ହେବ
– ସଂପୃକ୍ତ ପ୍ଲାଟଫର୍ମର ଅନୁମତି ବିନା କେହି ବିବାହ ଭିଡିଓ ବ୍ୟବହାର କରିପାରିବେନି