ବିବାହ ପାଇଁ କେଉଁଠି ରହିବେ ଭିକ୍କି- କ୍ୟାଟ୍ରିନା? ଦିନକର ଭଡା ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

425

କନକ ବ୍ୟୁରୋ: ବଲିଉଡରେ ଏବେ ସମସ୍ତଙ୍କ ନଜର ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହ ଉପରେ । ବିବାହ ଆୟୋଜନର ପ୍ରତିଟି କଥା ଉପରେ ବି ଟାଉନର ନଜର । ନିକଟରେ ବିବାହରେ ଅତିଥି ତାଲିକାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ବିବାହ ପାଇଁ ଦୁହେଁ କେଉଁଠି ରହିବେ ତାକୁ ନେଇ ଚର୍ଚ୍ଚା । କାରଣ ଦୁହିଁଙ୍କ ପାଇଁ ଯେଉଁ ସ୍ଥାନ ବୁକ୍ କରାଯାଇଛି ତା’ର ରାତିକ ଭଡା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଭିକ୍କି ଓ କ୍ୟାଟ୍ରିନାଙ୍କ ବିବାହ ପାଇଁ ଯୋଧପୁରର ଏକ ସ୍ୱତନ୍ତ୍ର ମହଲ ଓ ଅତିଥିଙ୍କ ପାଇଁ କିଛି ଖାସ୍ ହୋଟେଲ ବୁକ୍ ହୋଇଥିବାବେଳେ ଯେଉଁ ସ୍ଥାନରେ ଭିକ୍କ୍ି ଓ କ୍ୟାଟ୍ରିନା ରହିବେ ତାହା ବି ସୁବଠୁ ଖାସ୍୍ । ଦୁହିଁଙ୍କ ବିବାହ ସିକ୍ସ ସେନ୍ସ ହୋଟେଲରେ ହେବାକୁ ଥିବାବେଳେ ଦୁହିଁଙ୍କ ରହିବା ପାଇଁ ରାଜା ମାନସିଂ ଓ ରାଣୀ ପଦ୍ମାବତୀଙ୍କ ସ୍ୱତନ୍ତ୍ର ମହଲର କୋଠରୀକୁ ବୁକ୍ କରାଯାଇଛି । ଗୋଟିଏ ରାତିକୁ ଏହାର ଭଡା ହେଉଛି ୧୪ ଲକ୍ଷ ଟଙ୍କା । ରାଜା ମାନସିଂଙ୍କ ସୁଇଟରେ ଭିକ୍କି ରହିବେ ଏବଂ ରାଣୀ ପଦ୍ମାବତୀ ସୁଇଟରେ କ୍ୟାଟ୍ରିନା ରହିବେ ।

ଏହି ଦୁଇଟି ରୁମର ସ୍ୱତନ୍ତ୍ରତା ହେଉଛି ଏଠାରେ ଗାର୍ଡେନ ସହ ସୁଇମିଙ୍ଗ ପୁଲ ବି ରହିଛି । ଏଠାରୁ ଆରାବଲି ପର୍ବତର ଅନନ୍ୟ ଶୋଭା ମଧ୍ୟ ଦୃଶ୍ୟମାନ ହେଉଛି । ଏହାକୁ ଏହି ଦୁହିଁଙ୍କ ପାଇଁ ବୁକ୍ କରାଯିବା ପରେ ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି । ଏହି ଇଲାକାକୁ କାହାରି ପ୍ରବେଶ ଉପରେ କଡା ବ୍ୟବସ୍ଥା ଲାଗୁ ହୋଇଛି ।