ଭିକ୍କି-କ୍ୟାଟଙ୍କ ବିବାହ: ଅତିଥିଙ୍କ ପାଇଁ ପ୍ରସ୍ତୁତ ହୋଇଛି ଭିଭିଆଇପି ଟେଣ୍ଟ , ଗୋଟିଏ ରାତିର ଭଡା ୭୦ ହଜାର ଟଙ୍କା ।

171

କନକ ବ୍ୟୁରୋ: ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବଲିଉଡ୍ ଯୋଡି ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍ । ଆସନ୍ତା ଡିସେମ୍ବର ୯ ତାରିଖରେ ଏହି ବିବାହ ହେବାକୁ ଥିବାବେଳେ, ଏବେ ଏହାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ବିବାହରେ ଯୋଗଦେବାକୁ ଥିବା ଅତିଥିମାନେ ମଧ୍ୟ ଏବେ ବାହାଘର ଭେନ୍ୟୁ ଅଭିମୁଖେ ବାହାରି ସାରିଲେଣି । ଆଉ ଏବେ ଏହି ବିବାହକୁ ନେଇ ଆସିଛି କିଛି ରୋଚକ ଖବର ।

ମିଳିଥିବା ତାଜା ରିପୋର୍ଟ ମୁତାବକ, ଏହି ବାହାଘରରେ ଯୋଗ ଦେବାକୁ ଥିବା ଅତିଥିମାନଙ୍କୁ ସିକ୍ରେଟ୍ କୋର୍ଡ ଦିଆଯାଇଛି । ଯାହାକି କେବଳ ସେହି ଅତିଥିମାନଙ୍କୁ ହିଁ ଜଣାଅଛି । ହୋଟେଲ କର୍ତ୍ତୁପକ୍ଷଙ୍କୁ ମଧ୍ୟ ଅତିଥିମାନଙ୍କ ଏହି ସିକ୍ରେଡ୍ କୋର୍ଡ ଜଣାନାହିଁ ।

 

View this post on Instagram

 

A post shared by Katrina Kaif (@katrinakaif)

ସେହିପରି ଏହି ବିବାହ ପାଇଁ ସେସ୍ ଫୋର୍ଡ ବରବାଡା ବ୍ୟତୀତ ଓବରାୟ ହୋଟେଲରେ ଭିଭିଆଇପି ଗେଷ୍ଟଙ୍କ ପାଇଁ ୮ରୁ ୧୦ଟି ଟେଂଟ ବୁକ୍ କରାଯାଇଛି । କୁହାଯାଉଛି ଏହି ଟେଂଟର ଦାମ ପାଖାପାଖି ୭୦ ହଜାର ଟଙ୍କା । ଖାଲି ସେତିକି ନୁହେଁ, ଗେଷ୍ଟଙ୍କ ପାଇଁ ଚେକଆଉଟ୍ ତାରିଖ ମଧ୍ୟ ଡିସେମ୍ବର ୧୦ ତାରିଖ ରହିଛି । ବିବାହକୁ ନେଇ ଏବେ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ମିଳିଥିବା ରିପୋର୍ଟ ମୁତାବକ, କ୍ୟାଟ୍ରିନା ଓ ଭିକ୍କି ଏହି ପ୍ରସ୍ତୁତି ଉପରେ ନିଜେ ନଜର ରଖିବା ସହିତ ଅତିଥିମାନଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଲେଣି । ତେବେ ବିବାହରେ ଅତିଥିମାନଙ୍କୁ ମୋବାଇଲ୍ ନେବା କିମ୍ବା ଫଟୋ ଉଠାଇବା ମନା ହୋଇଛି ।