କ୍ୟାଟ୍ରିନାଙ୍କ ହାତରେ ଲାଗିଲା ଭିକ୍କିଙ୍କ ମେହେନ୍ଦୀ : ମେହେନ୍ଦୀ ସେରିମୋନିରେ ନୃତ୍ୟ ପରିବେଷଣ କରିବେ ବଡ ବଡ ସେଲିବ୍ରିଟି

299

କନକ ବ୍ୟୁରୋ : ରାଜସ୍ଥାନରେ ଆରମ୍ଭ ହେଉଛି ବଲିଉଡର ବହୁ ପ୍ରତିକ୍ଷିତ ବିବାହ ଆୟୋଜନ । ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଭିକି କୌଶଲଙ୍କ ବାହାଘର । ଆଜି ଭିକି-କ୍ୟାଟଙ୍କ ମେହେନ୍ଦୀ ସେରିମୋନି । ଏଥିରେ ବଡ଼ ବଡ଼ ସେଲିବ୍ରିଟି ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁସାରେ ହ୍ରିତିକ୍ ରୋସନ୍, ଆଲିଆ ଭଟ୍ଟ, କବୀର ଖାନ, ଅନୁଷ୍କା ଶର୍ମା, ନେହା ଧୁପିଆଙ୍କ ପରି କଳାକାର ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଏହା ପୂର୍ବରୁ ଗତକାଲି ହୋଇଥିଲା ସଂଗୀତ ସେରିମୋନି ।

ରାତି ୭ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆସନ୍ତାକାଲି ବିବାହ ଅନୁଷ୍ଠିତ ହେବ । ଏନେଇ ବରକନ୍ୟା ପ୍ରସ୍ତୁତ, ବାହାଘର ମଣ୍ଡପ ବି ସମ୍ପୂର୍ଣ୍ଣ ପ୍ରସ୍ତୁତ । ସୱାଇ ମାଧୋପୁରସ୍ଥିତ ବରୱାରା ଦୁର୍ଗରେ ଭିକି ଓ କ୍ୟାଟଙ୍କ ଡେଷ୍ଟିନେସନ ୱେଡ଼ିଙ୍ଗ ହେଉଛି । ଏଥିପାଇଁ ପ୍ୟାଲେସକୁ ସ୍ୱତନ୍ତ୍ର ଭାବେ ସଜ୍ଜା ଯିବା ସହ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଆଲୋକମାଳାରେ ଝଲସୁଛି ଦୁର୍ଗ । ସେପଟେ ରାଜସ୍ଥାନକୁ ଛୁଟିଲାଣି ଅତିଥୀଙ୍କ ଭିଡ । ଜୟପୁର, ଯୋଧପୁର ବିମାନବନ୍ଦରରେ କ୍ୟାଟ୍ରିନା ଓ ଭିକିଙ୍କ ପରିବାର ସହ ଅନେକ ଅତିଥୀ ପହଁଚି ସାରିଛନ୍ତି । ବିଦେଶରୁ କିଛି ପରିଜନ ଓ ମୁମ୍ବାଇରୁ କିଛି ସଦସ୍ୟ ସୋମବାରଠୁ ରାଜସ୍ଥାନରେ ପହଁଚି ସାରିଛନ୍ତି ।

ସୂଚନା ଅନୁସାରେ ଏହି ସେଲିବ୍ରେଟି ବାହାଘରରେ କେବଳ ୧୨୦ ଜଣ ଅତିଥୀ ସାମିଲ ହେବେ । ଯେଉଁଥିିରେ ଉଭୟ ପକ୍ଷଙ୍କ ପରିବାର, କିଛି ବନ୍ଧୁ ଓ ବଲିଉଡର ନମୀଦାମୀ ଚେହେରା ସ୍ଥାନ ପାଇଛନ୍ତି । ପରେ ମୁମ୍ବାଇରେ ଏମାନଙ୍କ ଗ୍ରାଣ୍ଡ ରିସେପନ୍ସ ପାର୍ଟିର ଆୟୋଜନ ହୋଇଛି । ତେବେ ବାହାଘରରେ ଯୋଗ ଦେବାକୁ ଥିବା ଅତିଥୀଙ୍କ ପାଇଁ ଅନେକ କଟକଣା ଲଗାଯାଇଛି । ଅତିଥିମାନେ କରୋନା ଟିକାର ଡବଲ ଡୋଜ ନେଇନଥିଲେ ସେମାନଙ୍କ ପାଇଁ ବାହାଘର କାର୍ଯ୍ୟକ୍ରମ ସ୍ଥଳରେ ଆରଟିପିସିଆର ଟେଷ୍ଟ ବ୍ୟବସ୍ଥା କରାଯାଇଛି । ଅତିଥୀମାନଙ୍କ ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଯାଇଛି । ଅତିଥୀଙ୍କ କାରରରେ ସ୍ୱତନ୍ତ୍ର ଷ୍ଟିକର ଲଗାଯାଇଛି, ଯାହା କେବଳ ପ୍ରବେଶ ପାଇଁ ଉଦ୍ଧିଷ୍ଟ ।