ଭିକି କୌଶଲ ଏବଂ କ୍ୟାଟ୍ରିନାଙ୍କ ମଧ୍ୟରେ କାହାର ଆୟ ଅଧିକ? ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

976

କନକ ବ୍ୟୁରୋ : ଆସନ୍ତା ଡିସେମ୍ବର ୯ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଭିକି-କ୍ୟାଟ୍ । ପରିବାର ଲୋକ ଏବଂ ସମ୍ପର୍କିୟଙ୍କ ଉପସ୍ଥିତିରେ ରାଜସ୍ଥାନରେ ବିବାହ କରୁଛନ୍ତି ବଲିଉଡର ଏହି ଜୋଡି । ଉଭୟଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ୫ବର୍ଷ ରହିଛି । ଏହା ସହିତ ଯଦି ଆମେ ଦୁହେଁଙ୍କ ରୋଜଗାର ସମ୍ପର୍କରେ କହିବା ତାହେଲେ ଭିକିଙ୍କ ଠାରୁ କ୍ୟାଟ୍ରିନାଙ୍କ ଆୟ ଖୁବ୍ ଅଧିକ ରହିଛି ।
କ୍ୟାଟ୍ରିନା କୈଫଙ୍କ ବାର୍ଷିକ ଆୟ ୨୨୦ କୋଟି ଟଙ୍କା । କ୍ୟାଟ୍ରିନା ବର୍ଷକୁ ୨୨୦ କୋଟି ଆୟ କରୁଥିବା ବେଲେ ଭିକିଙ୍କ ବାର୍ଷିକ ଆୟ କ୍ୟାଟ୍ରିନାଙ୍କ ତୁଳନାରେ ଖୁବ୍ କମ୍ । ଭିକିଙ୍କ ବାର୍ଷିକ ଆୟ ୨୨ କୋଟି ବୋଲି ଜଣାପଡିଛି ।
ସେହିଭଳି ଯଦି ଆମେ ଦୀପିକା ଏବଂ ରନବୀର ସିଂଙ୍କ ଆୟ ସମ୍ପର୍କରେ କହିବା ତାହେଲେ, ଦୀପିକାଙ୍କ ବାର୍ଷିକ ଆୟ ୩୧୬କୋଟି ହୋଇଥିବା ବେଲେ ରଣବୀରଙ୍କ ବାର୍ଷିକ ଆୟ ୩୦୭ କୋଟି ରହିଛି । ସେହିଭଳି ପ୍ରିୟଙ୍କା ଚୋପ୍ରାଙ୍କ ବାର୍ଷିକ ଆୟ ୭୦ ମିଲିୟନ୍ ହୋଇଥିବା ବେଲେ ତାଙ୍କ ସ୍ୱାମୀ ନିକଙ୍କ ଆୟ ୩୦ ମିଲିୟନ୍ ରହିଛି ।