ବାହା ହେବେ କି କ୍ୟାଟ୍ରିନା-ଭିକି? ପୁଣି ଚର୍ଚ୍ଚାରେ ବଲିଉଡର ଏହି ଜୋଡି

99

କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହେବେ କ୍ୟାଟ୍ରିନା ଏବଂ ଭିକି କୌଶଲ । ଉଭୟଙ୍କ ଘରେ ଶୁଭିବ ସାହାନାୟୀର ସ୍ୱର । ବଲିଉଡର ଗର୍ଜିୟସ୍ ଡଲ କ୍ୟାଟ୍ରିନା ଏବଂ ଅଭିନେତା ଭିକି କୌଶଲ ପରସ୍ପରର ହାତ ଧରି ସାତ ଜନମର ସାଥୀ ହେବାକୁ ଯାଉଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, କ୍ୟାଟ୍ରିନା ଏବଂ ଭିକି କୌଶଲ ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି । ଭିକି ଏବଂ କ୍ୟାଟ୍ରିନାଙ୍କ ୱେଡିଂକୁ ପ୍ରସିଦ୍ଧ ଫ୍ୟାସନ୍ ଡିଜାଇନର୍ ସବ୍ୟସାଚୀ ଡିଜାଇନ୍ କରୁଛନ୍ତି । ବାହାଘରରେ କ୍ୟାଟ୍ରିନା ଏବଂ ଭିକି ଉଭୟ କିଭିଳି ଗର୍ଜିୟସ୍ ନଜର ଆସିବେ ସେନେଇ ପୋଷାକ ମଧ୍ୟ ଡିଜାଇନ୍ ଚାଲିଛି । ବହାଘରରେ କ୍ୟାଟ୍ରିନା ଲେହେଙ୍ଗା ପିନ୍ଧିବେ ବୋଲି ଜଣାପଡିଛି । ତେବେ କ୍ୟାଟ୍ରିନା ଏବଂ ଭିକି କୌଶନଙ୍କ ବିବାହ ନଭେମ୍ବର କିମ୍ବା ଡିସେମ୍ବର ମାସରେ ହେବ ବୋଲି ସୂତ୍ରରୁ ଜଣାପଡିଛି ।

ତେବେ ଉଭୟଙ୍କୁ ନେଇ ପୂର୍ବରୁ ଏକ ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଭିକି ଏବଂ କ୍ୟାଟ୍ରିନାଙ୍କ ନିର୍ବନ୍ଧ ହୋଇସାରିଥିବା ଖବର ସୋସିଆଲ ମିଡିଆରେ ସେନସେସନ୍ ପାଲଟିଥିଲା । ଦୀର୍ଘ ଦିନ ଧରି ବଲିଉଡରେ ଏହି ଦୁଇ ଜୋଡିଙ୍କ ଚର୍ଚ୍ଚା ଲାଗି ରହିଥିଲା ।