ବିବାହ ପୂର୍ବରୁ ସଲମାନଙ୍କ ସହ ଏକାଠି ହେଲେ କ୍ୟାଟ୍ରିନା । ସଲ୍ଲୁଙ୍କୁ ଦେଲେ ଦଣ୍ଡ

294

କନକ ବ୍ୟୁରୋ: ଟିଭିର ସବୁଠାରୁ ବିବାଦୀୟ ଶୋ’ ‘ବିଗ୍ ବିସ୍’ ରେ ଗୋଟିଏ ପରେ ଗୋଟିଏ ଟ୍ୱିଷ୍ଟ ଦେଖିବାକୁ ମିଳୁଛି । ନିକଟରେ ଶୋ’ର ଏକ ଏପିସୋଡରେ କ୍ୟାଟ୍ରିନା କୈଫ୍୍ ଓ ରୋହିତ୍ ସେଟ୍ଟୀ ତାଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ପ୍ରମୋସନ ପାଇଁ ପହଞ୍ଚିଛନ୍ତି । ଏହି ଶୋ’ରେ କ୍ୟାଟ୍ରିନା ସଲ୍ଲୁଙ୍କୁ ପାଠ ପଢାଇଥିଲେ । ଭିଡିଓରେ ସଲମାନ ଓ କ୍ୟାଟ୍ରିନାଙ୍କୁ ଗୋଟିଏ ଟେବୁଲରେ ଏକାଠି ଦେଖିବାକୁ ମିଳିଥିଲା । ଏଠାରେ ଦୁହିଁଙ୍କ ମଧ୍ୟରେ ଖୁବ୍ ଥଟ୍ଟା ମଜା ହୋଇଥିଲା । ସଲମାନଙ୍କ କିଛି ଭୁଲ ବାହାର କରି ତାଙ୍କୁ ଦଣ୍ଡ ମଧ୍ୟ ଦେଇଛନ୍ତି କ୍ୟାଟ୍ରିନା । ସଲମାନ ସୁଟିଂ ସେଟରେ ଡେରିରେ ପହଂଚୁଥିବାରୁ ଦଣ୍ଡ ସ୍ୱରୂପ ତାଙ୍କୁ ଏକ ଗୀତ ଗାଇବାକୁ କହିଥିଲେ କ୍ୟାଟ୍ରିନା । ଗୀତ ଗାଇବା ସହ ଏକ ମଜାଳିଆ ଡାନ୍ସ ମଧ୍ୟ କରିଥିଲେ । ଏହି ଅବସରରେ କ୍ୟାଟ୍ରିନା ଓ ରୋହିତ ସେଟ୍ଟୀଙ୍କ ଫିଲ୍ମ’ ସୂର୍ଯ୍ୟବଂଶୀ’ର ପ୍ରମୋସନ ମଧ୍ୟ କରିଥିଲେ ।

ଏହି ଫିଲ୍ମ ଦିପାବଳୀ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି । କ୍ୟାଟ୍ରିନା ଓ ଅକ୍ଷୟ କୁମାରଙ୍କ ସହ ଅଜୟ ଦେବଗନ , ରଣବୀର ସିଂହ, ଗୁଲଶନ ଗ୍ରୋଭର, ଜାଭେଦ୍ ଜାଫ୍ରିି, ଜ୍ୟାକି ସ୍ରଫ୍ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ଫିଲ୍ମଟି ନଭେମ୍ବର ୨ତାରିଖରେ ରିଲିଜ୍ ହେବାକୁ ଯାଉଛି ।