୩୮ ବର୍ଷରେ ବି ଫିଟ୍ କ୍ୟାଟ୍ରିନା । ସକାଳେ ଯୋଗ ପୂର୍ବରୁ ପ୍ରଥମେ କରନ୍ତି ଏହି କାମ

220

କନକ ବ୍ୟୁରୋ : କୋଟି ହୃଦୟରେ ଏବେବି ରାଜ କରୁଛନ୍ତି ବଲିଉଡ୍ ସେନ୍ସେସନ୍ କ୍ୟାଟ୍ରିନା କୈଫ୍, ତାଙ୍କର ଅଭିନୟ ପାଇଁ ଯେତିକ ନୁହେଁ ତାଠୁ ଅଧିକ ତାଙ୍କର ବିୟୁଟି ଆଉ ଫିଟନେସ୍ ପାଇଁ । ବଲିଉଡ୍ ଫିଟ୍ ଆକ୍ଟ୍ରେସ୍ ତାଲିକାରେ କ୍ୟାଟ୍ରିନା ଟପରେ ଅଛନ୍ତି କହିଲେ ଭୁଲ ହେବନି । ତେବେ କ’ଣ ତାଙ୍କର ଏହି ଫିଟନେସ୍ ସିକ୍ରେଟ୍ ?

ଯେତେ ବ୍ୟସ୍ତତା ଥାଉନା କାହିଁକି ସକାଳୁ ପ୍ରଥମେ ୱର୍କଆଉଟ୍ କରିବାକୁ ବିଲକୁଲ ଭୁଲନ୍ତି ନାହିଁ କ୍ୟାଟ୍ରିନା । ୱର୍କଆଉଟ୍ ସହ ଫଲୋ କରନ୍ତି ହେଲଦି ଡାଏଟ୍ ଚାର୍ଟ । କ୍ୟାଟ୍ରିନା ନିଜ ଫିଟନେସ୍ ରୁଟିନରେ ପିଲାଟେସ୍, ୱେଟ୍ ଟ୍ରେନିଙ୍ଗ, ଜଗିଙ୍ଗ ଓ ସାଇକେଲିଂ ନିଶ୍ଚୟ କରିଥାନ୍ତି । ଏହା ସହ କାର୍ଡିଓ, କ୍ୟାଟେଲବେଲ୍ସ, ପାୱାର ପ୍ଲେଟ୍, ପରି ଏକ୍ସରସାଇଜ୍ ମଧ୍ୟ ତାଙ୍କ ରୁଟିରେ ସାମିଲ ଅଛି । ଏହା ବ୍ୟତୀତ ଶାରୀରିକ ଭାରସାମ୍ୟ ସହ ମାନସିକ ସନ୍ତୁଳନ ରକ୍ଷା କରିବାକୁ ସେ ଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦିଅନ୍ତି ।

ନିଜ ଫିଗରର ପରଫେକ୍ଟ ସେପ୍ ପାଇଁ ଷ୍ଟ୍ରିକ୍ଟ ଡାଏଟ୍ ମଧ୍ୟ ଫଲୋ କରନ୍ତି । ସକାଳୁ ଉଠି ପ୍ରଥମେ ୪ ଗ୍ଲାସ୍ ପାଣି ପିଅନ୍ତି । ଏହାପରେ ବ୍ରେକଫାଷ୍ଟରେ ମାଇକ୍ରୋବାୟୋଟିକ୍  ଫୁଡକୁ ଗୁରୁତ୍ୱ ଦିଅନ୍ତି । ତାଙ୍କ ବ୍ରେକ୍ଫାଷ୍ଟରେ ଥାଏ ସିଝା ପରିବା ସନ୍ତୁଳା, ଦଲିଆ, ଏଗ୍ ହ୍ୱାଇଟ୍ ଓ ଡାଳିମ୍ବ ଜୁସ୍ । ପ୍ରତି ଘଣ୍ଟାରେ କିଛି କିଛି ଫଳ ମଧ୍ୟ ନେଇଥାନ୍ତି । ଲଂଚରେ ଭାତ ,ଡାଲି ସହ ସାଲାଡ ନେବାକୁ ପସନ୍ଦ କରନ୍ତି କ୍ୟାଟ୍ରିନା । ରାତିରେ ବି ହାଲକା ଖାଦ୍ୟ ଉପରେ ଗୁରୁତ୍ୱ ଦିଅନ୍ତି । ଡିନରରେ ଅଧିକାଂଶ ସମୟ ଥାଏ ସୁପ୍, ସନ୍ତୁଳା ଓ କିଛି ସାଲାଡ । ମସଲା ଯୁକ୍ତ ଖାଦ୍ୟରୁ ନିଜକୁ ଯଥାସାଧ୍ୟ ଦୂରେଇ ରଖିବାକୁ ଚେଷ୍ଟା କରନ୍ତି ବିୟୁଟିଫୁଲ କ୍ୟାଟ୍ରିନା ।