ମୁସଲମାନ ସଂପ୍ରଦାୟକୁ ଭୋଟ୍ ଅପିଲ୍ କରି ବିବାଦରେ ଫସିଲେ ସିଦ୍ଧୁ ! ଏହି କଂଗ୍ରେସ ନେତାଙ୍କ ବିରୁଦ୍ଧରେ ଲାଗିଲା ଆଚାର ସଂହିତା ଉଲ୍ଲଘଂନର ଅଭିଯୋଗ ।

195

ଲୋକସଭା ନିର୍ବାଚନରେ ବଢୁଥିବା ତାତି ମଧ୍ୟରେ ବିବାଦୀୟ ବୟାନର ସିଲସିଲା ଥମିବାର ନାଁ ନେଉନାହିଁ । ଏବେ ଆଉ ଜଣେ ନେତା ବିବାଦୀୟ ବୟାନ ଦେଇ ଫସିଛନ୍ତି । ବିହାରର କଟିହାର ନିର୍ବାଚନ ପ୍ରଚାରରେ ପହଂଚିଥିବା ପୂର୍ବ କ୍ରିକେଟର୍ ୍ତଥା ପଞ୍ଜାବ କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ ମୁସଲିମ୍ ସମୁଦାୟଙ୍କୁ ଏକଜୁଟ୍ ହୋଇ କଂଗ୍ରେସକୁ ଭୋଟ୍ ଦେବାକୁ ଜନତାଙ୍କୁ ଅପିଲ କରିଛନ୍ତି । ତେବେ ଏହି ମାମଲାରେ ସିଦ୍ଧୁଙ୍କ ଉପରେ ଆଚାର ସଂହିତା ଉଲ୍ଲଂଘନର ଏତଲା ଦିଆଯାଇଛି । କଟିହାରର ବାରସୋଇ ଥାନାର ମାଜିଷ୍ଟ୍ରେଟ୍ ରାଜୀବ ରଂଜନଙ୍କ ବୟାନରେ ଏହି ଏତଲା ଦିଆଯାଇଛି । ଏକ ନିର୍ବାଚନ ସଭାକୁ ଉଦବୋଧନ ଦେଉଥିବା ସମୟରେ ସିଦ୍ଧୁ କହିଥିଲେ , ଆପଣମାନେ (ମୁସଲିମ୍ ସମୁଦାୟ) ଏଠାରେ ଅଳ୍ପସଂଖ୍ୟକ ଥାଇ ମଧ୍ୟ ବହୁସଂଖ୍ୟକ । ଆପଣମାନେ ଯଦି ଏକଜୁଟ୍ ହେବେ ତେବେ ଆପଣଙ୍କ ପ୍ରତ୍ୟାଶୀ ତାରିକ୍ ଅନୱରଙ୍କୁ ଜିତିବାରୁ କେହି ରୋକିପାରିବ ନାହିଁ ।

ସିଦ୍ଧୁ ଭାଷଣ ସମୟରେ କହିଥିଲେ,ଆପଣମାନଙ୍କ ସଂଖ୍ୟା ଏଠାରେ ମାତ୍ର ୬୪ ପ୍ରତିଶତ ରହିଛି । ଏଠାକାର ମୁସଲମାନ ଆମର ପଗଡି । ଯଦି ଆପଣମାନଙ୍କୁ କୌଣସି ଅସୁବିଧା ହୁଏ ତେବେ ମୋତେ ଆପଣ ମନେ ପକାଇବେ । ମୁଁ ପଞ୍ଜାବରେ ରହି ମଧ୍ୟ ଆପଣଙ୍କ ସାଥ୍ ଦେବି । ବିରୋଧିଦଳ ଆମକୁ ବାଣ୍ଟିବାକୁ ଚାହୁଁଛି । ଆପଣମାନେ ଯଦି ଏକାଠି ହୋଇ ୬୪ ପ୍ରତିଶତ ସହ ଆସିବେ ତେବେ ଖେଳ ଓଲଟିଯିବ । ନିର୍ବାଚନରେ ଏଭଳି ଛକ୍କା ମାରନ୍ତୁ କି ମୋଦି ଏହି ଖେଳରୁ ବାଉଣ୍ଡ୍ରି ପାର ହୋଇ ଆଉଟ୍ ହେବେ ।