କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ଓକିଲ ଦୀପିକା ସିଂ ରାଜାୱତଙ୍କୁ ମିଳୁଥିଲା ଧମକ, ଫଇସଲା ଆସିବା ପରେ ଜାହିର କଲେ ଖୁସି

କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ଓକିଲ ଦୀପିକା ସିଂ ରାଜାୱତଙ୍କୁ ମିଳୁଥିଲା ଧମକ, ଫଇସଲା ଆସିବା ପରେ ଜାହିର କଲେ ଖୁସି

source : New Indian Express

ଯେବେ ବି କଠୁଆ ଗଣଦୁଷ୍କର୍ମ ମାମଲାକୁ ମନେପକାଇବ ସାରା ଦେଶ, ସେତେବେଳେ ଓକିଲ ଦୀପିକା ରାଜାୱତଙ୍କ ନାଁ ନିଆଯିବ । ପୀଡିତାର ପରିବାର ଗତବର୍ଷ ନଭେମ୍ବରରେ ତାଙ୍କ ଠାରୁ ମାମଲା ଫେରାଇ ଆଣିଥିଲେ । ଆଜି ଯେତେବେଳେ ଏହି ମାମଲାର ଫଇସଲା ଆସିଛି, ତେବେ ଦୀପିକା ଟ୍ୱିଟ କରି ଖୁସି ଜାହିର କରିଛନ୍ତି କି, ଅଭିଯୁକ୍ତଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛି ।

publive-image

୮ ବର୍ଷୀୟା ନାବାଳିକାର ମାମଲାରେ କାମ କରିଥିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ପ୍ରଂଶସା ଓ ପୁରସ୍କାର ହାସଲ କରିଥିବା ରାଜାୱତ ଫଇସଲା ଦିନ ସକାଳେ ପଠାନକୋଟ ବିଶେଷ ଅଦାଲତରେ ପଂହଚିଥିବା ଓକିଲଙ୍କ ମଧ୍ୟରେ ସାମିଲ ଥିଲେ । ପୀଡିତା ପକ୍ଷରୁ ମାମଲା ଲଢ଼ୁଥିବା ରାଜାୱତ ମାମଲା ଛାଡିବା ପାଇଁ ତାଙ୍କୁ ଧମକ ମିଳିଥିଲା । ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି । ରାଜାୱତ କହିଥିଲେ, “ମୁଁ ଜାଣିନି ମୁଁ କେବେ ପର୍ଯ୍ୟନ୍ତ ଜୀବିତ ଅଛି । ମୋର ଦୁଷ୍କର୍ମ ମଧ୍ୟ ହୋଇପାରିଥାନ୍ତା । ଭିଡ ମତେ ମାରିପାରିଥାନ୍ତା । ମୁଁ ସୁପ୍ରିମକୋର୍ଟ ଯାଉଛି କହିବାପାଇଁ କି ମୋ ଜୀବନକୁ ବିପଦ ଅଛି ବୋଲି ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe