କନକ ବ୍ୟୁରୋ: ୮ ବର୍ଷର ଝିଅ ଆସିଫା ଦୁଷ୍କର୍ମ ମାମଲା ସ୍ଥାନାନ୍ତର ନେଇ ଜବାବ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଆସିଫାଙ୍କ ପରିବାର ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରି ଆଗାମୀ ୨୭ ତାରିଖ ସୁଧା ଜବାବ ରଖିବାକୁ ଜମ୍ମୁ-କାଶ୍ମୀର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିସହ ପୀଡିତାଙ୍କ ପରିବାର ଏବଂ ଓକିଲଙ୍କୁ ସୁରକ୍ଷା ଯୋଗାଇଦେବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଘଟଣା ପଦାକୁ ଆସିବା ପରଠାରୁ ପୀଡିତାଙ୍କ ପରିବାରକୁ ବାରମ୍ବାର ଧମକ ଚମକ ଦିଆଯାଉଥିବା କୋର୍ଟରେ ଅଭିଯୋଗ ହୋଇଛି । ଏପରିକି ମାମଲାରେ ଅଭିଯୁକ୍ତ ଜଣେ ନାବାଳକକୁ ମଧ୍ୟ ସୁରକ୍ଷା ପ୍ରଦାନ ପାଇଁ ଆବେଦନରେ କୁହାଯାଇଛି ।
ସେପଟେ ଏହି ମାମଲାର ପ୍ରଥମ ଶୁଣାଣି ଆଜି କଠୁଆ ସିଜେଏମ୍ କୋର୍ଟରେ ହୋଇଛି । ମାମଲାରେ ଗିରଫ ୮ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । ଆସନ୍ତା ୨୮ରେ ପରବର୍ତି ଶୁଣାଣି ହେବ । ତେବେ ଏହି ଶୁଣାଣି ପୂର୍ବରୁ ପୀଡିତାଙ୍କ ଓକିଲ ଦୀପିକା ସିଂ ରାଜାବତ ଆଣିଛନ୍ତି ସାଂଘାତିକ ଅଭିଯୋଗ । ତାଙ୍କୁ ବଳାତ୍କାର ଓ ହତ୍ୟା ଧମକ ଦିଆଯାଉଥିବା ଅଭିଯୋଗ କରି ସୁରକ୍ଷା ପାଇଁ ଅପିଲ କରିଛନ୍ତି । ମାମଲାରେ ଦୋଷୀଙ୍କ ବିରୋଧରେ ତୁରନ୍ତ ବିଚାର କରି ସଜ୍ଜା ଶୁଣାଇବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/SupremeCourtPTI-2.jpg)
/kanak/media/post_attachments/wp-content/uploads/2018/04/1413315785-kathua-city_500x375-300x225.jpg)