କାଠୁଆ ଦୁଷ୍କର୍ମ ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ! ପଠାନକୋର୍ଟରେ ବିଚାର ହେବ ମାମଲା ।

38

ବହୁ ଚର୍ଚ୍ଚିତ କାଠୁଆ ଦୁଷ୍କର୍ମ ମାମଲାର ଶୁଣାଣି ପଞ୍ଜାବର ପଠାନକୋର୍ଟରେ କରାଯିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବକ ପୀଡିତାଙ୍କ ବାପା ମାମଲାର ଶୁଣାଣୀ ଚଣ୍ଡିଗଡ କୋର୍ଟକୁ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଗତ ୨୬ ତାରିଖ ଦିନ ଏହା ଉପରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ବେଞ୍ଚ ଆଲୋଚନା କରି ୭ ତାରିଖ ପର୍ଯ୍ୟନ୍ତ ମାମଲାକୁ ସ୍ଥଗିତ ରଖିଥିଲେ । ସେହିଭଳି ଅଭିଯୁକ୍ତକାରୀଙ୍କ ପକ୍ଷରୁ ମଧ୍ୟ ଘଟଣାର ନିରପେକ୍ଷ ତଦନ୍ତ ଏବଂ ମାମଲାକୁ ସିବିଆଇକୁ ହସ୍ତାନ୍ତର ପାଇଁ ଆଚିକା ଦିଆଯାଇଥିଲା । ତେବେ ଉଭୟ ଆଚିକା ଉପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ରାୟ ଦେଇଛନ୍ତି । ଘଟଣାର ପରବର୍ତ୍ତୀ ଶୁଣାଣୀ ଜୁଲାଇ ୯ ତାରିଖ ଦିନ ପଠାନକୋର୍ଟରେ ହେବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କ’ଣ ଥିଲା ପୁରା ଘଟଣା ?

ଜାନୁୟାରୀ ୧୦ ତାରିଖ ଦିନ କାଠୁଆର ୮ ବର୍ଷର ଝିଅକୁ ଅପହରଣ କରାଯାଇଥିଲା । ଏହାପରେ ୧୭ ଜାନୁୟାରୀରେ ରାସାନା ଜଙ୍ଗଲରୁ ଝିଅର ମୃତ ଶରୀର ମିଳିଥିଲା । ଜାମ୍ମୁ-କାଶ୍ମୀର ସରକାର ଜାନୁୟାରୀ ୨୩ ତାରିଖରେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । ଯାହାଫଳରେ କ୍ରାଇମବ୍ରାଞ୍ଚ ଏକ ସ୍ୱତନ୍ତ୍ର ଦଳ ଗଠନ କରି ୩ଜଣ ପୁଲିସ ଅଧିକାରୀଙ୍କ ସମେତ ୮ଜଣଙ୍କୁ ଗିରଫ କରିଥିଲେ ।

ଘଟଣାରେ ସମ୍ପୃକ୍ତ ଥିବା ୨ ମୁଖ୍ୟ ଅଭିଯୁକ୍ତ ମେ ୪ ତାରିଖରେ ସିବିଆଇ ତଦନ୍ତ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଅଭିଯୁକ୍ତକାରୀଙ୍କ ଓକିଲ ଦଲିଲ ଦାଖଲ କରିଥିଲେ ଯେ, ତାଙ୍କ ପାଖରେ ୨୨୧ ଜଣ ସାକ୍ଷ୍ୟ ପ୍ରମାଣ ଅଛନ୍ତି, ତେଣୁ ଚଣ୍ଡିଗଡ କୋର୍ଟରେ ହାଜର ହେବାରେ ଅସୁବିଧା ହେବ ବୋଲି ଦଲିଲ ରଖିଥିଲେ । କିନ୍ତୁ ମାନ୍ୟବର ଉଚ୍ଚତମ ନ୍ୟାୟଳୟ ଅଭିଯୁକ୍ତକାରୀଙ୍କ ପକ୍ଷରୁ ଦିଆ ଯାଇଥିବା ଦଲିଲକୁ ଖାରଜ କରିଦେଇଥିଲେ । ଏହି ଘଟଣାର ଶୁଣାଣୀ ସ୍ଥାନାନ୍ତରକୁ ନେଇ ଜମ୍ମୁ-କାଶ୍ମୀର ସରକାର ମଧ୍ୟ ବିରୋଧ କରିଥିଲେ ।