କାଶ୍ମୀରର ୮ ବର୍ଷର ଆସିଫାକୁ ନ୍ୟାୟ ଦେବେ ସୁପ୍ରିମକୋର୍ଟ ! ଅନ୍ୟପଟେ ଉନ୍ନାଓ ଦୁଷ୍କର୍ମ ମାମଲାରେ ଯୋଗୀଙ୍କ ବିଧାୟକଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ

75

କନକ ବ୍ୟୁରୋ : ଦେଶକୁ ଥରାଇ ଦେଇଛି ଦୁଇଟି ଦୁଷ୍କର୍ମ ଖବର । ଆଉ ଏହା ଭିତରେ କାଶ୍ମୀରର କାଠୁଆରେ ଜଣେ ୮ ବର୍ଷର ଝିଅକୁ ଗଣବଳାକ୍ରାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଦୁଷ୍କର୍ମ ଘଟଣାରେ ଚାର୍ଜସିଟ୍ ଦାଖଲ କରିବାରେ ବାଧା ସୃଷ୍ଟି କରୁଥିବା ଜିଲ୍ଲା ବାର୍ ଆସୋସିଏସନ୍ ଓ ହାଇକୋର୍ଟ ବାର୍ ଆସୋସିଏସନକୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ । ସେପଟେ ଉତରପ୍ରଦେଶର ଉନାଓରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ବିଜେପି ବିଧାୟକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ଏହି ଦୁଇଟି ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ହସ୍ତକ୍ଷେପ କରିବାକୁ ଆଗେଇ ଆସିଛନ୍ତି ନ୍ୟାୟାଳୟ । ତେବେ ଜମ୍ମୁ କାଶ୍ମୀରରେ ଯେଉଁ ସ୍ପର୍ଶକାତର ଘଟଣା ଘଟିଥିଲା ତାହା ସାରା ଦେଶର ମୁଣ୍ଡ ତଳକୁ କରିଦେଇଛି ।

ରାତି ୧୨ଟାରେ ରାଜଧାନୀର ରାଜରାସ୍ତାରେ ବାହାରିଥିବା ରାଲି ପଛରେ ରାଜନୈତିକ ସମର୍ଥନ ତ ରହିଛି, କିନ୍ତୁ ଆଠବର୍ଷର ଜଣେ ଅସହାୟ ଝିଅକୁ ନ୍ୟାୟ ଦେବା ଲାଗି ସ୍ୱର ବି ସ୍ପଷ୍ଟ ବାରି ହୋଇପଡୁଥିଲା । ଆଉ ଏହି ସମ୍ବେଦନଶୀଳ ଘଟଣାରେ ବି ହସ୍ତକ୍ଷେପ କରିବାକୁ ପଛାଇ ନାହାନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଜାମ୍ମୁ-କାଶ୍ମୀର କାଠୁଆରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଅନୁଧ୍ୟାନ ପାଇଁ ନିଜଆଡୁ ଆଗ୍ରହ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏଥିସହ ଦୋଷୀଙ୍କ ବିରୋଧରେ ଚାର୍ଜସିଟ ଦାଖଲରେ ବାଧା ଦେଉଥିବାରୁ କାଠୁଆ ଜିଲ୍ଲା ବାର ଆସୋସିଏସନ ଓ ଜାମ୍ମୁ ହାଇକୋର୍ଟ ବାର ଆସୋସିଏସନକୁ କଡା ସମାଲୋଚନା କରିଛନ୍ତି । ଧିରେଧିରେ ସାଂପ୍ରଦାୟିକ ରଙ୍ଗ ନେଉଛି ଜାମ୍ମୁ-କାଶ୍ମୀରର ଏହି ସ୍ପର୍ଷକାତର ପ୍ରସଙ୍ଗ । କାରଣ ଅଭିଯୁକ୍ତଙ୍କ ସହ ଛିଡା ହୋଇଛି ହିନ୍ଦୁ ଏକତା ମଂଚ । ଯାହା ପଛରେ ମେହମୁବା ମୁଫତି କ୍ୟାବିନେଟର ଦୁଇ ବିଜେପି ମନ୍ତ୍ରୀଙ୍କ ସମର୍ଥନ ରହିଛି । ସେପଟେ ଦୋଷୀଙ୍କୁ କଠୋର ଦଣ୍ଡ ଦାବି କରି ବିକ୍ଷୋଭ ଜାରି ରଖିଛି ବଖେରବାଲ ସଂପ୍ରଦାୟ । ଆଉ ଏହାରି ଭିତରେ ଗିରଫ ୮ଜଣଙ୍କ ବିରୋଧରେ ୧୮ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଂଚ ପୁଲିସ ।

kathua-rap-scandal-former-revenue-officer-raped-and-murderedଚାର୍ଜସିଟ୍ ଅନୁସାରେ ଗତ ଜାନୁଆରୀ ୧୦ ତାରିଖରେ ଜଙ୍ଗଲକୁ ଘୋଡା ଚରାଇବା ପାଇଁ ଯାଇଥିଲା ୮ବର୍ଷର ଝିଅ- ଆସିଫା । ଯେଉଁଠାରୁ ତାକୁ ଅପହରଣର ଷଡଯନ୍ତ୍ର ରଚିଥିଲା ସାଂଝୀ ରାମ୍ । ଆଉ ତାରି ନିର୍ଦ୍ଦେଶରେ ଆସିଫାକୁ ଅପହରଣ କରିନେଇଥିଲା ରାମର ପୁତୁରା । ଏଥିପାଇଁ ସେ ତାର ଘନିଷ୍ଠ ବନ୍ଧୁ ପରଭେସ କୁମାର ଓରଫ ମନୁର ସହାୟତା ନେଇଥିଲା । ଆସିଫା ଚରାଇବାକୁ ଆଣିଥିବା ଘୋଡାକୁ ପାଉନଥିବାରୁ ରାମର ପୁତୁରାକୁ ପଚରାଉଚରା କଲାବେଳେ ସେ ତାକୁ ଜଙ୍ଗଲ ଭିତରକୁ ନେଇ ଯାଇଥିଲା । ଆଉ ଆସିଫା ଷଡଯନ୍ତ୍ରର ସୁରାଗ ପାଇ ଖସିଯିବାକୁ ଉଦ୍ୟମ କଲାବେଳେ ଗୋଟିଏ ହାତରେ ତାର ବେକ ଓ ଅନ୍ୟ ହାତରେ ପାଟିକୁ ଚାପି ଧରିଥିଲା ରାମର ପୁତୁରା । ଆସିଫା ତଳେ ପଡିଯିବାରୁ ଅତି ନୃସଂସ ଭାବେ ତାକୁ ବଳାକ୍ରାର କରିଥିଲା ନାବାଳକ ଜଣକ । ଏହି ସମୟରେ ଆସିଫା ସଜ୍ଞାହୀନ ହୋଇପଡିଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି । ଏହାପରେ ସହଯୋଗୀ ମନୁ ମଧ୍ୟ ତାକୁ ବଳାକ୍ରାର କରିବାକୁ ପଛାଇ ନଥିଲା ।

ଦୁଇଦୁଇ ଜଣ ପାଶବିକ ଅତ୍ୟାଚାର କରିବା ପରେ ଅଚେତ ହୋଇପଡିଥିବା ଆସିଫାକୁ ଆଣି ମନ୍ଦିରର ଏହି ଷ୍ଟୋରରୁମରେ ରଖିଥିଲେ । ଏହି ଅନ୍ଧାରୁଆ କୋଠରୀରେ ଆସିଫାକୁ ୪ଦିନ ରଖିବା ସହ ନିଶା ଔଷଧ ଦେଇ ବାରମ୍ବାର ବଳାକ୍ରାର କରିଥିଲେ ଏକାଧିକ ବ୍ୟକ୍ତି । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଅନୁଭବ କରି ଶେଷରେ ଆସିଫାକୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା ରାମ୍ । ଜାନୁଆରୀ ୧୫ ତାରିଖରେ ଆସିଫାକୁ ପଥରରେ ଛେଚି ହତ୍ୟା କରିବା ପରେ ଜଙ୍ଗଲରେ ଫିଙ୍ଗିଦେବାକୁ କହିଥିଲା ସାଂଝୀ ରାମ୍ । ଏହି ନୃସଂଶ ହତ୍ୟାକାଣ୍ଡ ସାରା ଦେଶକୁ ବ୍ୟଥିତ କରିଥିବାବେଳେ ପକ୍ସୋ ଆଇନରେ ସଂଶୋଧନ କରି ନାବାଳିକାଙ୍କୁ ବଳାକ୍ରାର କରୁଥିବା ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ପାଇଁ ବ୍ୟବସ୍ଥା କରିବେ ବୋଲି କହୁଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି ।

ସାରା ଦେଶକୁ ବ୍ୟଥିତ କରିଦେଇଥିବା ଏହି ବଳାକ୍ରାର ଓ ହତ୍ୟା ମାମଲା ଜାମ୍ମୁ-କଶ୍ମୀମର ସରକାରଙ୍କୁ ମଧ୍ୟ ବିଚଳିତ କରିଦେଇଛି । ବିଜେପି ସହ କ୍ଷମତାରେ ଥିବା ପିଡିପି ତାର ସମସ୍ତ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତା ମାନଙ୍କୁ ନେଇ ଶନିବାର ଏକ ଜରୁରୀ ବୈଠକ ଡାକିଛି । ଯେଉଁଠାରେ କାଠୁଆ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେବ ।

ଅନ୍ୟପଟେ ଉନ୍ନାଓ ବଳାକ୍ରାର ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ କଡା ପଦକ୍ଷେପ । ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିଧାୟକଙ୍କୁ ତୁରନ୍ତ ଗିରଫ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକଙ୍କୁ ଅଟକ ରଖି ଜେରା କରିବା ପରିବର୍ତେ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି କୋର୍ଟ । ମେ ୨ ତାରିଖ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ଯୋଗୀ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଆଜି ଭୋରରୁ ମୁଖ୍ୟ ଅଭିଯୁକ୍ତ ବିଧାୟକ କୁଲଦୀପ ସିଂ ସେଙ୍ଗରକୁ ଅଟକ ରଖି ୫ ଘଂଟା ଧରି ମାରାଥନ ଜେରା କରିଛି ସିବିଆଇ ।

ଲକ୍ଷେ୍ନø ସ୍ଥିତ ସିବିଆଇ ଅଫିସରେ କୁଲଦୀପଙ୍କୁ ନେଇ ଜେରା କରାଯାଇଛି । ଏହାସହ ଉନ୍ନାଓ ଯାଇ ପୀଡିତଙ୍କ ପରିବାରଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଏହି ମାମଲାରେ କୋ÷ଣସି ଦୋଷୀଙ୍କୁ ଛଡା ଯିବ ନାହିଁ । ସିବିଆଇ ଏହି ମାମଲାରେ ବର୍ତମାନ ସୁଦ୍ଧା ୩ଟି ମାମଲା ରୁଜୁ କରିଛି । ଗତବର୍ଷ ୟୁପିର ଉନ୍ନାଉ ଜିଲ୍ଲାରେ ୧୭ ବର୍ଷର ନାବାଳିକାଂକୁ ବଳାକ୍ରାର କରାଯାଇଥିବା ଅଭିଯୋଗ ହୋଇଥିଲା ।