କନକ ବ୍ୟୁରୋ: ଖଣ୍ଡଗିରି କୁମ୍ଭ ମେଳାରେ ଜମୁଛି ରାଜ୍ୟ ତଥା ରାଜ୍ୟ ବାହାରର ସାଧୁସନ୍ଥଙ୍କ ମେଳି । ସାଧୁସନ୍ଥଙ୍କୁ ଦେଖିବା ପାଇଁ ଲୋକଙ୍କ ଗହଳି ବି ବଢ଼ିବାରେ ଲାଗିଛି । କିଏ ଜାତକ ଦେଖାଇବାକୁ ଆସିଛି ତ ଆଉ କିଏ ହସ୍ତରେଖା ଦେଖାଉଛି । ସାଧୁସନ୍ଥଙ୍କ ଏହି ଭିଡ଼ ଭିତରେ କନକ ନ୍ୟୁଜ୍ କ୍ୟାମେରାରେ କଏଦ ହୋଇଥିଲେ କାଠି ବାବା । ୬ଟି କାଠି ଧରି ଲୋକଙ୍କ ସମସ୍ୟାର ସମାଧାନ କରୁଥିବାର ଦାବି କରୁଛନ୍ତି କାଠି ବାବା । ଅତୀତ ଭବିଷ୍ୟତର ସବୁ କଥା କହିଦେବାର ଚ୍ୟାଲେଞ୍ଜ ବି କରୁଛନ୍ତି । ତେବେ ଭିଡ ଭିତରେ ଅଲଗା ବାରି ହୋଇପଡ଼ୁଥିବା ଏହି କାଠି ବାବାଙ୍କର ସତ୍ୟତା ଜାଣିବାକୁ କନକ ନ୍ୟୁଜ୍ ଟିମ କରିଛି ରିଏଲିଟି ଚେକ୍ ।