ପାକିସ୍ତାନର ଶିବ ମନ୍ଦିର…କଟସରାଜ ନାମରେ ପଡୋଶୀଦେଶରେ ପୂଜା ପାଉଛନ୍ତି ବାବା ଭୋଳାନାଥ

ପଢନ୍ତୁ ଏହି ମନ୍ଦିର ସହ ଜଡିତ କିଛି ଆସ୍ଥା ବିଶ୍ୱାସର କାହାଣୀ

643

କନକ ବ୍ୟୁରୋ: ସାରା ବିଶ୍ୱରେ ହିନ୍ଦୁ ଧର୍ମବଲମ୍ବୀଙ୍କ ପାଇଁ ଭଗବାନ ଶିବ ହେଉଛନ୍ତି ମହାନ । ଶଙ୍କର ମହାଦେବଙ୍କୁ ଦେବତାମାନଙ୍କ ଦେବ ବୋଲି କୁହାଯାଇଥାଏ । ଆଉ ମହାଶିବରାତ୍ରି ହେଉଛି ଭଗବାନ ଶିବଙ୍କର ମୁଖ୍ୟ ପୂଜା । ଫାଲଗୁନ ମାସରେ ଶିବରାତ୍ରିକୁ ମହାଶିବରାତ୍ରି ବୋଲି କୁହାଯାଇଥାଏ । ଏହି ଦିନରେ ଶିବ ଭକ୍ତମାନେ ବାବାଙ୍କ ମନ୍ଦିର ଆସି ଭୋଲେବାବାଙ୍କୁ ପ୍ରସନ୍ନ କରିବାକୁ ପ୍ରୟାସ କରିଥାନ୍ତି । ଶିବଙ୍କ ପ୍ରତି ଏଭଳି ଆସ୍ଥା ଓ ସମର୍ପଣ କେବଳ ଭାରତ ନୁହେଁ ପଡୋଶୀ ଦେଶ ପାକିସ୍ତାନରେ ବି ଦେଖିବାକୁ ମିଳେ । ହଁ, ପାକିସ୍ତାନରେ ବି ଅନେକ ହିନ୍ଦୁ ମନ୍ଦିର ରହିଛି । ସେଥିମଧ୍ୟରୁ କଟସରାଜ ମନ୍ଦିର ଅନ୍ୟତମ । ଆସନ୍ତୁ ଜାଣିବା ଏହି ମନ୍ଦିର ସହ ଜଡିତ କିଛି ଆସ୍ଥା ବିଶ୍ୱାସର କାହାଣୀ ଉପରେ ।

ଧାର୍ମିକ ମତଅନୁଯାୟୀ କଟସରାଜର ଏହି ଶିବ ମନ୍ଦିର ପାକିସ୍ତାନର ଚକବାଲ ଗାଁରୁ ପାଖାପାଖି ୪୦ କିଲୋମିଟର ଦୂର କଟସ ନାମକ ପାହାଡିଆ ସ୍ଥାନରେ ଅବସ୍ଥିତ । ଏହି ଐତିହାସିକ ମନ୍ଦିର ପାଖାପାଖି ୯ଶହ ବର୍ଷ ପୁରୁଣା । ସବୁଠୁ ବଡ କଥା ହେଉଛି ପାକିସ୍ତାନରେ ରହୁଥିବା ସମସ୍ତ ହିନ୍ଦୁମାନଙ୍କର ଏ ହେଉଛି ଅ।।ସ୍ଥାରର ମୁଖ୍ୟ କେନ୍ଦ୍ର । ଧାର୍ମିକ ମତ ଅନୁଯାୟୀ ଯେବେ ସତୀ ନିଜ ବାପା ଦକ୍ଷଙ୍କ ଯଜ୍ଞକୁଣ୍ଡରେ ଆତ୍ମଦାହା କରିଥିଲେ । ସେତେବେଳେ ତାଙ୍କ ବିୟୋଗରେ ଭଗବାନ ଶିବ ନିଜର ସବୁକିଛି ହରାଇ ବସିଥିଲେ । ମାତା ସତୀଙ୍କୁ ମନେ ପକାଇ ଭଗବାନ ଶିବଙ୍କ ଆଖିରେ ଯେଉଁ ଲୁହ ଗଡିଥିଲା ସେଥିରେ ଦୁଇଟି କୁଣ୍ଡ ହୋଇଯାଇଥିଲା । ଆଉ ଏଥିରେ ଗୋଟିଏ କୁଣ୍ଡ ହେଉଛି କଟାକ୍ଷ କୁଣ୍ଡ ।

 

ଭଗବାନଙ୍କ ଅଶ୍ରୁରେ ଯେଉଁ କଟାକ୍ଷ କୁଣ୍ଡ ତିଆରି ହୋଇଥିଲା ତାହା ବିଭାଜନ ହେବା ପରେ ପାକିସ୍ତାନରେ ଥିବାବେଳେ ଅନ୍ୟଟି ଭାରତର ରାଜସ୍ଥାନ ପୁଷ୍କର ତୀର୍ଥରେ ଅଛି । କଟସରାଜ ମନ୍ଦିରର କଟାକ୍ଷ କୁଣ୍ଡ ଚମକ୍ରାରୀ ପାଣିରେ ଭରପୁର ରହିଥିବା କୁହାଯାଏ । ଏଥିରେ ଦୁଇଟି ରଙ୍ଗର ପାଣି ରହିଛି । ଯେଉଁସ୍ଥାନରେ ପାଣିର ଗଭୀରତା କମ ରହିଛି ସେଠାରେ ପାଣିର ରଙ୍ଗ ସବୁଜ ଥାଏ ଏବଂ ଯେଉଁଠି ଅଧିକ ଗଭୀର ଥାଏ ସେଠାରେ ପାଣିର ରଙ୍ଗ ନୀଳ ରଙ୍ଗ ଦେଖାଯାଏ । ମହାଭାରତ ଅନୁଯାୟୀ ପଂଚୁ ପାଣ୍ଡବ ଜଣ ଜଣ କରି ନିଜର ଶୋଷ ମେଂଟାଇବା ପାଇଁ ଏଠାକୁ ଆସିଥିଲେ । ଅନ୍ୟପଟେ ଏହି କୁଣ୍ଡ ଉପରେ ଯକ୍ଷର ଅଧିକାର ରହିଥିଲା । ପାଣି ପିଇବାକୁ ଆସିଥିବା ବେଳେ ପଂଚୁ ପାଣ୍ଡବ ଜଣ ଜଣ କରି ବେହୋସ ହୋଇଯାଇଥିଲେ । କିନ୍ତୁ ଶେଷରେ ଯୁଧୀଷ୍ଠିର ଯକ୍ଷର ସମସ୍ତ ପ୍ରଶ୍ନର ଉତର ଠିକ ଭାବେ ଦେଇ ନିଜ ଭାଇମାନଙ୍କୁ ଜୀବିତ ଉଦ୍ଧାର କରିଥିଲେ ।